Boudh Viral Audio Sparks Police-Ganja Nexus Allegations, Probe Ordered

Aug 23, 2026 - 23:17
Boudh Viral Audio Sparks Police-Ganja Nexus Allegations, Probe Ordered

#ଗଞ୍ଜେଇ_ବେପାରରେ_ପୋଲିସ_ଅଧିକାରୀ #ଅଡିଓ_ଭାଇରାଲ୍
ପୁଣି ଖାକିରେ ଦାଗ। ଗଞ୍ଜେଇ ବେପାରରେ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ୍ ଚର୍ଚ୍ଚା । ଭାଇରାଲ ହେଉଛି ଅଡ଼ିଓ । ଯାହାକୁ ୨ ସବ୍ ଇନସ୍ପେକଟର ଓ ହୋମଗାର୍ଡଙ୍କ କଥାବାର୍ତ୍ତାର ଅଡ଼ିଓ ବୋଲି କୁହାଯାଉଛି। ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଗଂଜେଇ ବେପାରରେ ସଂପୃକ୍ତ ଥିବା ଏବଂ ବୌଦ୍ଧ ଟାଉନ ଥାନାର ଜଣେ ହୋମଗାର୍ଡଙ୍କ ଜରିଆରେ ଗଞ୍ଜେଇ ଚାଲାଣ ନେଇ କଥାବାର୍ତ୍ତାର ଅଡ଼ିଓ ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ପ୍ରାୟ ୧ କ୍ବିଣ୍ଟାଲ ୨୦ କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ଏହାକୁ ଧରିଥିଲେ ବୌଦ୍ଧ ଟାଉନଥାନା ସବ୍ ଇନସ୍ପେକ୍ଟର ଚନ୍ଦନ ଜେନା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଧରାପଡିିଥିଲେ ଟାଉନ ଥାନାର ହୋମଗାର୍ଡ। ପରେ ହୋମଗାର୍ଡ ଜଣକ ଏହି ଗଞ୍ଜେଇ ତାଙ୍କୁ ବଘିଆପଡ଼ା ଫାଣ୍ଡି ଅଧିକାରୀ ଦେଇଥିବା କଥା ସେ ସ୍ବୀକାର କରିଥିଲେ। ପରେ ଟାଉନ୍ ଥାନା ସବ୍ ଇନସ୍ପେକ୍ଟର ଫୋନ୍ ଯୋଗେ ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କୁ ଫୋନ୍ କରି, ଏହା ତାଙ୍କ ମାଲ୍ ବୋଲି କହିଥିଲେ। କିନ୍ତୁ ବଘିଆପଡ଼ା ଫାଣ୍ଡି ଅଧିକାରୀ, ସେ ମାଲ ପୂର୍ବରୁ ବିକି ଦେଇଥିବା ଏବଂ ଏହା ନୂଆ ମାଲ ବୋଲି କହିଥିଲେ। ଯାହାକୁ ନେଇ ବଢ଼ିଛି ଚର୍ଚ୍ଚା। ତେବେ ଏନେଇ ସଂପୃକ୍ତ ସବ ଇନିସପେକ୍ଟର ଏବଂ ହୋମଗାର୍ଡଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଏହି ଅଡ଼ିଓର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର। ସେପଟେ ସମ୍ବଲପୁର ରେଞ୍ଜ୍ ଆଇଜିଙ୍କୁ ତଦନ୍ତ ନିର୍ଦ୍ଦେଶ ସହ DIG ସ୍ତରୀୟ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତରୀଣ ଡିଜିପି।..
#BoudhNews#GanjaCase#PoliceProbe#ViralAudio#OdishaCrime#DrugTrafficking#OdishaPolice#OdishaTV#OTV

A viral audio recording has sparked allegations of a possible police-g​anja trafficking nexus in Boudh district. The recording is being described as a conversation involving police personnel, including a Sub-Inspector and a Home Guard, in connection with an alleged ganja consignment of around 120 kg. The report alleges that a Home Guard arrested in the case claimed the ganja had been supplied by a Baghiapada outpost officer. However, the authenticity of the audio and the identities of the people heard in it are yet to be established. The concerned personnel have not given a response, according to the source report. In-charge DGP Binayatosh Mishra has ordered an investigation, including verification of the audio and identification of those involved, with a DIG-level probe also directed.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।