BRICS Summit Concludes In Delhi: ସରିଲା BRICS; ଦିଲ୍ଲୀ ଛାଡ଼ୁଛନ୍ତି ବିଶ୍ୱ ନେତା, ଠୋସ୍ ଫଳାଫଳ’ ପାଇଁ ମୋଦିଙ୍କ ଆହ୍ୱାନ
ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀ ସରିବା ପରେ ଦିଲ୍ଲୀ ଛାଡୁଛନ୍ତି ବିଶ୍ବ ନେତା । ବ୍ରିକ୍ସ ସମ୍ମିଳନୀ ସାରି ନିଜ ଦେଶକୁ ଫେରିଲେ ଜିନପିଙ୍ଗ ଓ ପୁଟିନଙ୍କ ଭଳି ବିଶ୍ବ ନେତା। ଶିଖର ସମ୍ମିଳନୀରେ ଭାରତ ସହ ଅନେକ ଦ୍ୱିପାକ୍ଷିକ ବୈଠକ ହୋଇଛି । ଉଦଯାପନୀ ଭାଷଣରେ ମୋଦି କହିଛନ୍ତି କେବଳ ଚିନ୍ତାଧାରା ନୁହେଁ, ଆମଠୁ ଠୋସ୍ ଫଳାଫଳ ଆଶା କରୁଛି ବିଶ୍ବ।
ଏଥିସହ ମୋଦି କହିଛନ୍ତି ସାରା ବିଶ୍ୱରେ ଅଶାନ୍ତି ବଢି ବଢି ଚାଲିଛି। ଏହାର ପ୍ରଭାବ ସପ୍ଲାଏ ଚେନ ଉପରେ ପଡିଛି। ତେବେ ସଙ୍କଟ ସମୟରେ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ ବୋଲି ଗୁରୁତ୍ବ ଦେଇଛନ୍ତି ମୋଦି। ଯୁଦ୍ଧ ସହ ଅସ୍ଥିରତା ବଢୁଥିବାରୁ ଚିନ୍ତାରେ ବିଶ୍ୱବାସୀ। ବିକାଶ ଓ ପର୍ଯ୍ୟାବରଣ ମଧ୍ୟରେ ସମାନତା ରହିବା ଦରକାର। ସଙ୍କଟ ସମୟରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ମୋଦି। ନାଗରିକ ଓ ସଂଗଠନ ବ୍ରିକ୍ସ ସହ ଯୋଡ଼ି ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି।
ବ୍ରିକ୍ସରେ ଗ୍ଲୋବାଲ୍ ସାଉଥ୍ ରାଷ୍ଟ୍ରର ପ୍ରଭାବ ବଢି ଯାଇଛି। ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ ବୋଲି ମୋଦି ମତ ପ୍ରକାଶ କରିଛନ୍ତି।.. ଆହୁରି ମଧ୍ୟ କହିଛନ୍ତି ମହାମାରୀ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି। ସୁସ୍ଥ ଜୀବନ ଶୈଳୀ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅଛି। ପ୍ରତିଟି ଆହ୍ୱାନକୁ ସାମ୍ନା କରିବା ସାହାସ ରହିବା ଉଚିତ୍।
- ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ
- ସାରା ବିଶ୍ୱରେ ଅଶାନ୍ତି ବଢି ବଢି ଚାଲିଛି: ମୋଦି
- 'ସଙ୍କଟ ସମୟରେ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ'
- 'ମହାମାରୀ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି'
- 'ସୁସ୍ଥ ଜୀବନ ଶୈଳୀ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅଛି'
- 'ପ୍ରତିଟି ଆହ୍ୱାନକୁ ସାମ୍ନା କରିବା ସାହାସ ରହିବା ଉଚିତ୍'
- 'ଯୁଦ୍ଧ ସହ ଅସ୍ଥିରତା ବଢୁଥିବାରୁ ଚିନ୍ତାରେ ବିଶ୍ୱବାସୀ'
- 'ବିକାଶ ଓ ପର୍ଯ୍ୟାବରଣ ମଧ୍ୟରେ ସମାନତା ରହିବା ଦରକାର'
- ସଙ୍କଟ ସମୟରେ ଏକାଠି ହେବାକୁ ଆହ୍ୱାନ ଦେଲେ ମୋଦି
- 'ନାଗରିକ ଓ ସଂଗଠନ ବ୍ରିକ୍ସ ସହ ଯୋଡ଼ି ହେବାର ଆବଶ୍ୟକତା ଅଛି'
- 'ବ୍ରିକ୍ସରେ ଗ୍ଲୋବାଲ୍ ସାଉଥ୍ ରାଷ୍ଟ୍ରର ପ୍ରଭାବ ବଢି ଯାଇଛି'
- ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ: ମୋଦି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।