BRICS summit: ବ୍ରିକ୍ସ ସମ୍ମିଳନୀ ପ୍ରଭାବ; ଦିଲ୍ଲୀରେ ହୋଟେଲ ରୁମ୍‌ ଶେଷ

Aug 30, 2026 - 18:06
BRICS summit: ବ୍ରିକ୍ସ ସମ୍ମିଳନୀ ପ୍ରଭାବ; ଦିଲ୍ଲୀରେ ହୋଟେଲ ରୁମ୍‌ ଶେଷ

"ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୧୨ ଓ ୧୩ ତାରିଖରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ।

ଏଥିପାଇଁ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ବିଳାସପୂର୍ଣ୍ଣ ହୋଟେଲରେ ରୁମ୍‌ଗୁଡ଼ିକ ପ୍ରାୟତଃ ବିକ୍ରି ହୋଇଗଲାଣି।

ଯେଉଁ କେତେକ ରୁମ୍‌ ଖାଲି ରହିଛି ତାହାର ଦର ରାତିକ ପିଛା ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି।Advertisment ହୋଟେଲ ବୁକିଂ ପ୍ଲାଟଫର୍ମ ଗୁଡ଼ିକରୁ ଜଣାଯାଇଛି ଯେ ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ତାଜ୍‌ ମହଲ ଏବଂ ତାଜ୍‌ ପ୍ୟାଲେସ୍‌ରେ କିଛି ରୁମ୍‌ ଉପଲବ୍ଧ ନାହିଁ।

ସେହିଭଳି ଓବରୟ ହୋଟେଲରେ ମଧ୍ୟ ସବୁ ରୁମ୍‌ ବିକ୍ରି ହୋଇଯାଇଛି।

ଉପରୋକ୍ତ ଦିନଗୁଡ଼ିକ ପାଇଁ ଲୀଲା ପ୍ୟାଲେସ୍‌ ହୋଟେଲ ରୁମ୍‌ ବୁକିଂ ଗ୍ରହଣ କରୁନାହିଁ।

ଆଇଟିସି ମୌର୍ଯ୍ୟ ଏବଂ ଶାଙ୍ଗ୍ରି-ଲା ଇରୋସ୍‌ ହୋଟେଲ ରୁମ୍‌ ଚାର୍ଜ ବହୁ ଅଧିକ ରଖିଛନ୍ତି।

ଯଦିଓ ସମ୍ମିଳନୀ ଦୁଇ ଦିନ ପାଇଁ ହେବ ତଥାପି ପ୍ରତିନିଧିମାନେ ପୂର୍ବରୁ ଆସି ପହଞ୍ଚିବା ସହ ଅଧିକ ଦିନ ପାଇଁ ମଧ୍ୟ ରହିବେ।

ଏଥିଯୋଗୁ ରୁମ୍‌ ଚାହିଦା ବଢ଼ିଯାଇଛି।

BRICS Summit: ବ୍ରିକ୍ସ ସମ୍ମିଳନୀ ନିମନ୍ତ୍ରଣର ଏଯାଏଁ ଉତ୍ତର ଦେଇନି ବାଂଲାଦେଶ ଏଥିପାଇଁ ଦିଲ୍ଲୀକୁ ଆସୁଥିବା ପର୍ଯ୍ୟଟକ, ବ୍ୟବସାୟୀ ଏବଂ ପରିବାରଗୁଡ଼ିକ ହୋଟେଲ ରୁମ୍‌ ପାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ହେବ କିମ୍ବା ଦିଲ୍ଲୀଠାରୁ ଦୂରରେ ସେମାନଙ୍କୁ ହୋଟେଲ ଖୋଜିବାକୁ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।