Tribute to Nana Patekar ଓଡ଼ିଶା ସିନେ କ୍ରିଟିକ୍ ପକ୍ଷରୁ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି
"ଭୁବନେଶ୍ୱର: ଭାରତୀୟ ସିନେମା ଜଗତର ପ୍ରକ୍ଷାତ ଅଭିନେତା ତଥା ନିଜର ନିଛକ ଅଭିନୟ ପାଇଁ ସର୍ବଦା ପରିଚିତ ନାନା ପାଟ୍ଟେକରଙ୍କର ପରଲୋକରେ ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।Advertisment Nana Patekar: ମୃତ୍ୟୁର ୪ ଦିନ ପୂର୍ବରୁ ନାନା ପାଟେକର କହିଥିଲେ, "ଆସନ୍ତାକାଲି ମୁଁ ଥିବି କି ନାହିଁ ଜାଣେନା" ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା କକ୍ଷରେ ସିନେ କ୍ରିଟିକ୍ ପକ୍ଷରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା।
ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସିନେ କ୍ରିଟିକ୍ର ସଂପାଦକ ଦିଲୀପ ହାଲି ନାନାଙ୍କ ନିଆରା ଜୀବନଶୈଳୀ ଓ ଅଭିନୟର ସ୍ୱତନ୍ତ୍ରତା ସମ୍ପର୍କରେ କହିଥିଲେ।
Nana Patekar: ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମହାବୋଧି ସୋସାଇଟ୍ର ସଂପାଦକ ଡ.
ସୌରେନ୍ ମହାପତ୍ର, ପ୍ରଯୋଜକ ଲୁଟୁ ମହାନ୍ତି, ଅତୀଶ ରାଉତ, ଶ୍ରୀଧର ମାର୍ଥା, ସଂଗୀତଜ୍ଞ ରୁଦ୍ର ପ୍ରସାଦ ନାୟକ, ସିନେମାଟୋଗ୍ରାଫର ମଣ୍ଟୁ ସିଂ, ରବୀନ୍ଦ୍ର ବିଶ୍ୱାଳ, ସମାଜସେବୀ ସିଦ୍ଧାର୍ଥ ପଣ୍ଡା ଓ ସିନେ ଗବେଷକ ଡ ମାଧବ ବେହୁରା ପ୍ରମୁଖ ସ୍ୱର୍ଗତ ପାଟେକରଙ୍କ ସଂଘର୍ଷମୟ ଅଭିନୟ ଜୀବନ ବିଷଶଷକରି ପରିନ୍ଦା, ତ୍ରିରଙ୍ଗା, କ୍ରାନ୍ତିବୀର ଫିଲ୍ମ ଉପରେ ଆଲୋକପାତ କରିଥିଲେ।
ଶେଷରେ ନାନାଙ୍କ ସ୍ମୃତିରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବାସହ ଭଗବାନ ତାଙ୍କ ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ବୋଲି କାମନା କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।