BS7 Rules: ୨୦୨୯ ଏପ୍ରିଲ୍ରୁ ବିଏସ୍-୭ ନିୟମ
"ନୂଆଦିଲ୍ଲୀ: ଗାଡ଼ିଜନିତ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ୨୦୨୯ ଏପ୍ରିଲ୍ରୁ ବିଏସ୍-୭ ନିୟମ ଲାଗୁ କରିବେ।
ଗାଡ଼ିରୁ ନିର୍ଗତ ନାଇଟ୍ରୋଜେନ ଅକ୍ସାଇଡ୍, ହାଇଡ୍ରୋକାର୍ବନ ଭଳି ହାନିକାରକ ପ୍ରଦୂଷଣକାରୀ ଉପାଦାନ ହ୍ରାସ କରିବାକୁ ଏଥିରେ ଲକ୍ଷ୍ୟ ରହିଛି।
୨୦୨୯ ଏପ୍ରିଲରୁ ପ୍ରଥମେ ନୂଆ କାର୍ ଓ ଏସ୍ୟୁଭି ପାଇଁ ବିଏସ୍-୭ ଲାଗୁ କରାଯିବ।Advertisment ୨୦୩୦ରୁ ସେହି ନିୟମକୁ ଛୋଟ ମାଲବାହୀ ଯାନ ଓ ପିକ୍-ଅପ୍ ଭ୍ୟାନ୍ ପାଇଁ ଏବଂ ୨୦୩୧ରୁ ଭାରି ଯାନ ଓ ବସ୍ ପାଇଁ ଲାଗୁ କରାଯିବ।
ତେବେ ଦୁଇଚକିଆ ଯାନ ପାଇଁ ଏହି ନିୟମ କେବେ ଲାଗୁ ହେବ ତାହା ଧାର୍ଯ୍ୟ କରାଯାଇନାହିଁ।
୨୦୨୦ ଏପ୍ରିଲ୍ରେ ବିଏସ୍-୬ ନିୟମ ଲାଗୁ ହୋଇଥିଲା।
ସେଥିପାଇଁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ ସେହି ମାନର ପେଟ୍ରୋଲ ଓ ଡିଜେଲ ଉତ୍ପାଦନ କରିବାକୁ ପଡ଼ିଥିଲା।
ପୁରୁଣା ଗାଡ଼ି ପ୍ରଭାବିତ ହେବେ ନାହିଁ କିନ୍ତୁ ବିଏସ୍-୭ରେ କେବଳ ଗାଡ଼ି ଇଞ୍ଜିନରେ ଉନ୍ନତି ଆଣିବାକୁ ପଡ଼ିବ।
ତେବେ ଏହି ନିୟମ ଦ୍ବାରା ପୁରୁଣା ଗାଡ଼ିଗୁଡ଼ିକ କୌଣସି ପ୍ରକାରରେ ପ୍ରଭାବିତ ହେବେ ନାହିଁ।
ନୂଆ ବିଏସ୍-୭ ନିୟମକୁ ୨୦୨୯-୨୦୩୫ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ଲାଗୁ କରାଯିବ।
ଏହି ନିୟମ ଟ୍ରକ୍ ଓ ଭାରୀ ଯାନ ପାଇଁ କଡ଼ାକଡ଼ି ଭାବେ ଲାଗୁ କରାଯିବ।
ନୂଆ ନିୟମରେ ଗାଡ଼ି ପଛ ପଟେ ଥିବା ପାଇପ୍ରୁ ବାହାରୁ ଥିବା ଧୂଆଁଠାରୁ ଆଗକୁ ବଢ଼ି ସ୍ବାଧୀନ ଏଜେନ୍ସିଗୁଡ଼ିକ ଦ୍ବାରା ବିଭିନ୍ନ ମାନଦଣ୍ଡ ଆଧାରରେ ପ୍ରଦୂଷଣ ଯାଞ୍ଚ କରାଯିବ।
ୟୁରୋ-୭ ଢାଞ୍ଚା ବିଏସ୍-୭ ନିୟମ ପ୍ରସ୍ତୁତ କରାଯାଇଛି।
Reliance: ରିଲାଏନ୍ସର ୨୦ ଟଙ୍କିଆ ଜୟଲ୍ୟାଣ୍ଡ୍ ଫ୍ଲେଭର୍ଡ ମିଲ୍କ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।