Buddhaditya: ଏଥର ପୂଜା ବଜାରରେ ନଜର ଆସିଲେନି ବୁଦ୍ଧାଦିତ୍ୟ
"ଭୁବନେଶ୍ବର: ପ୍ରଖ୍ୟାତ ଅଭିନେତ୍ରୀ ମାଳବିକା ରାୟ ଓ ବରିଷ୍ଠ ଚିକିତ୍ସକ ଡାକ୍ତର ବାଦଲ ମହାନ୍ତିଙ୍କ ସୁପୁତ୍ର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ଥିଲା "ଆଇ ଲଭ ମାଇଁ ଇଣ୍ଡିଆ" ୨୦୦୬ ପୂଜା ବଜାରରେ ମୁକ୍ତିଲାଭ କରିଥିଲା।
ବିଭୂତି ରାଉତରାୟ ଥିଲେ ଏହାର ପ୍ରଯୋଜକ, ସଂଗ୍ରାମ ବିଶ୍ବାଳ ନିର୍ଦ୍ଦେଶକ।
ନମ୍ରତା ଥପ୍ପା ଥିଲେ ବୁଦ୍ଧାଦିତ୍ୟଙ୍କର ନାୟିକା।
୨୦୨୬ ପୂଜା ବଜାରରେ କିନ୍ତୁ ତାଙ୍କୁ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ।
ଅବଶ୍ୟ ବୁଦ୍ଧାଦିତ୍ୟ ଜଗା ହାତରେ ପଘା ଓ ଶ୍ରୀମାନ୍ ସୁରଦାସ ଭଳି ପୂଜାସିନେମାରେ ନଜର ଆସିଥିଲେ।
ତଥାପି ସେ ପୂଜା ଅବସରରେ ଓଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି ବୋଲି କୁହାଯାଇପାରେ।
ଏହା ଅବଶ୍ୟ ଭିନ୍ନ କଥା ଜଣାଶୁଣା ଆଲବମ୍ ନିର୍ଦ୍ଦେଶକ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଅନ୍ୟ ଏକ ସିନେମା "ଲଭ୍ଷ୍ଟୋରି"ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରୁଥିଲେ।
ଏଥିରେ ତାଙ୍କର ନାୟିକା ଥିଲେ ଲିପି।
ସେ ଯାହା ହେଉନା କାହିଁକି, ଏହି ସିନେମାଟି ଅଧାରେ ଅଟକି ରହିଥିଲା।Advertisment କେଉଁ ଛବିରେ ସେ ନଜର ଆସୁଛନ୍ତି ତେବେ "ଆଇ ଲଭ ମାଇଁ ଇଣ୍ଡିଆ" ପରେ ବୁଦ୍ଧାଦିତ୍ୟଙ୍କୁ ନନ୍ଦିନୀ ଆଇ ଲଭ ୟୁ, ପ୍ରେମରୋଗୀ, ତୁ ଥିଲେ ମୋ ଡର କାହାକୁ, ପାଗଳ କରିଚି ପାଉଁଜି ତୋର, କେଉଁ ଦୁନିଆଁରୁ ଆସିଲ ବନ୍ଧୁ, ଓମ୍ ସାଇ ରାମ୍, ଲୋଫର୍, ବାଏ ବାଏ ଦୁବାଇ, ସଙ୍ଗମ୍, ଜଗା ହାତରେ ପଘା, ଶ୍ରୀମାନ ସୁରଦାସ, ଡେଲିଭରି ବୟ ଓ ଡେଲିଭରି ବୟ-୨ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି।
ଆଗକୁ ସେ କେଉଁ ଛବିରେ ସେ ନଜର ଆସୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
Dead: ରାସ୍ତାକଡ଼ରୁ ପୁଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।