Budha, Toka And Pila Ganesha: ଆଉ ଦିନକ ପରେ ଗଣେଶ ପୂଜା, ଧରାପୃଷ୍ଠରେ ଅବତରଣ କରିବେ ଗଜାନନ; ଶେଷ ପର୍ଯ୍ୟାୟରେ ବୁଢା ଗଣେଶ

Sep 12, 2026 - 19:47
Budha, Toka And Pila Ganesha: ଆଉ ଦିନକ ପରେ ଗଣେଶ ପୂଜା, ଧରାପୃଷ୍ଠରେ ଅବତରଣ କରିବେ ଗଜାନନ; ଶେଷ ପର୍ଯ୍ୟାୟରେ ବୁଢା ଗଣେଶ

ଆଉ ଦିନକ ପରେ ଗଣେଶ ପୂଜା । ଧରାପୃଷ୍ଠରେ ଅବତରଣ କରିବେ ଆଗ୍ରପୂଜ୍ୟ ଗଜାନନ । ଏନେଇ ଚାରିଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଚମକୁଛି ଭଦ୍ରକ । ରଙ୍ଗବେରଙ୍ଗର ଆଲୋକମାଳା ସହ ସାଜସଜ୍ଜା ଦର୍ଶକଙ୍କୁ ବାନ୍ଧି ରଖୁଛି । ଏଠାକାର ବିଶେଷତ୍ବ ହେଉଛି ପ୍ରଭୁ ଗଜାନନ ବୁଢା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶ ରୂପରେ ପୂଜା ପାଇଥାନ୍ତି । 

ଆଉ କିଛି ସମୟର ଅପେକ୍ଷା । ଧରାପୃଷ୍ଠରେ ଅବତରଣ କରିବେ ଆଗ୍ରପୂଜ୍ୟ । ଏନେଇ ଚାରିଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଚମକୁଛି ଭଦ୍ରକ । ସହର ସାରା ରଙ୍ଗବେରଙ୍ଗର ଆଲୋକମାଳା ସହ ସାଜସଜ୍ଜା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରୁଛି । ଏଠାକାର ବିଶେଷତ୍ବ ହେଉଛି ପ୍ରଭୁ ଗଜାନନ ବିଭିନ୍ନ ବୟସରେ ପୂଜା ପାଇଥାନ୍ତି । 

ବୁଢା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶ ରୂପରେ ଏକଦନ୍ତଙ୍କୁ ଦେଖିବାକୁ ମିଳିଥାଏ । ବୁଢା ଗଣେଶ ମଣ୍ଡପ ସବୁଠାରୁ ପୁରାତନ ପୂଜା ଅନୁଷ୍ଠାନ। ମୋଗଲ ତାମସାରେ ମଧ୍ୟ ଏହାର ବର୍ଣ୍ଣନା ଅଛି। ପ୍ରତିବର୍ଷ ମୂର୍ତ୍ତି ଏକ ରୂପରେ ତିଆରି ହୁଏ। ପ୍ରଭୁ ଗଣେଶ ପୂରା ଏକମାସ ଧରି ଏଠାରେ ପୂଜା ପାଇଥାନ୍ତି। ଏହି ମାସକ ଭିତରେ ସବୁ ପର୍ବପର୍ବାଣି ଏଠାରେ ପାଳନ ହୁଏ। 

ବିଶ୍ବାସ ରହିଛି ବାପ୍ପାଙ୍କ ନିକଟରେ ପ୍ରାର୍ଥନା କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ । ସେହିଭଳି ଟୋକା ଗଣେଶ ମଣ୍ଡପ ଓ ପିଲା ଗଣେଶ ମଣ୍ଡପ ବି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜା ମଣ୍ଡପ ଠାରୁ ସାଜସଜ୍ଜା ବେଶ ଆକର୍ଷଣୀୟ ଲାଗୁଛି । 

ଭଦ୍ରକର ଗଣେଶ ପୂଜା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପ୍ରତ୍ୟେକ ଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଦର୍ଶକଙ୍କ ଆଗମନକୁ ଦେଖି ପୂଜା କମିଟିମାନେ ବିଭିନ୍ନ ଥମ୍ ହାତକୁ ନେଇଛନ୍ତି । କେଉଁଠି ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି ତ’ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । 

ଏଠାକାର ସବୁଠାରୁ ବଡ ଆକର୍ଷଣ ହେଉଛି ଭଷାଣୀ ଉତ୍ସବ, ଯାହା ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ। ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍କଳାର ସହ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ସହ ବୈଠକ ସରିଛି। ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ସିସିଟିଭି ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । 

  • ଆଉ ଦିନକ ପରେ ଗଣେଶ ପୂଜା
  • ଧରାପୃଷ୍ଠରେ ଅବତରଣ କରିବେ ଗଜାନନ
  • ଚାରିଆଡେ ଉତ୍ସବର ମାହୋଲ
  • ଚମକୁଛି ଭଦ୍ରକ ସହର 
  • ରଙ୍ଗବେରଙ୍ଗର ଆଲୋକମାଳା ସହ ସାଜସଜ୍ଜା
  • ଶେଷ ପର୍ଯ୍ୟାୟରେ ବୁଢା ଗଣେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।