Building collapse: ୫ ମହଲା ପିଜି କୋଠା ଭୁଶୁଡ଼ିଲା; ଜଣେ ମୃତ ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଚାପି ହୋଇଥିବା ଆଶଙ୍କା

Sep 06, 2026 - 17:51
Building collapse: ୫ ମହଲା ପିଜି କୋଠା ଭୁଶୁଡ଼ିଲା; ଜଣେ ମୃତ ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଚାପି ହୋଇଥିବା ଆଶଙ୍କା

"ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସାଉଥ୍ କ୍ୟାମ୍ପସ ନିକଟସ୍ଥ ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। 'ହଷ୍ଟେଲ୍ ଡେଜ୍' ନାମକ ଏକ ୫ ମହଲା ବାଳକ ପିଜି କୋଠା ହଠାତ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ଏହାର ଧ୍ୱଂସାବଶେଷ ତଳେ ୪୦ରୁ ୫୦ ଜଣ ଛାତ୍ର ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବା ବେଳେ ୬ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।Advertisment ପୁଲିସ ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା ୩୪ ମିନିଟ୍ ସମୟରେ ସାଉଥ୍ କ୍ୟାମ୍ପସ ଥାନାକୁ ଏହି ଦୁର୍ଘଟଣା ସମ୍ପର୍କରେ ଜରୁରୀ କଲ୍ ଆସିଥିଲା।

ଯେଉଁଥିରେ ବଏଜ୍ ହଷ୍ଟେଲ୍ କୋଠା ଭୁଶୁଡ଼ିପଡ଼ିବା ନେଇ ଖବର ଦିଆଯାଇଥିଲା।

ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଏନଡିଆର୍ଏଫ୍, ଦିଲ୍ଲୀ ଫାୟାର ସର୍ଭିସ, ଦିଲ୍ଲୀ ପୁଲିସ, ଏମସିଡି ଏବଂ ସିଭିଲ ଡିଫେନ୍ସର ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Train Accident: ଲଗାତାର ୩ ଦିନ ଧରି ଟ୍ରେନ୍ ଦୁର୍ଘଟଣା: ଋଷିକେଶରେ ଟଳିଲା ଏକ ବଡ଼ ଅଘଟଣ ତେବେ ଆଜି ସାପ୍ତାହିକ ଛୁଟିଦିନ ହୋଇଥିବାରୁ ଅଧିକାଂଶ ଛାତ୍ର ନିଜ ନିଜ ରୁମରେ ଉପସ୍ଥିତ ଥିବା ବେଳେ ଏହି ଅଘଟଣ ଘଟିଥିଲା, ଯାହା ଫଳରେ କ୍ଷୟକ୍ଷତିର ମାତ୍ରା ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି।

ବର୍ତ୍ତମାନ ଉଦ୍ଧାରକାରୀ ଦଳ ଫସିଥିବା ଅନ୍ୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଦୁର୍ଘଟଣା ସମୟରେ ପିଜି ମଧ୍ୟରେ ପ୍ରକୃତରେ କେତେ ଜଣ ଛାତ୍ର ଉପସ୍ଥିତ ଥିଲେ, ତାହା ପିଜିର ଆନୁଷ୍ଠାନିକ ରେଜିଷ୍ଟ୍ରେସନ ରେକର୍ଡ ଯାଞ୍ଚ ହେବା ପରେ ହିଁ ସ୍ପଷ୍ଟ ହେବ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।