Building Collapsed: ଗାଜାରେ ଭୁଶୁଡ଼ିଲା ଯୁଦ୍ଧକ୍ଷତିଗ୍ରସ୍ତ କୋଠା, ୧୨ ମୃତ

Sep 16, 2026 - 22:07
Building Collapsed: ଗାଜାରେ ଭୁଶୁଡ଼ିଲା ଯୁଦ୍ଧକ୍ଷତିଗ୍ରସ୍ତ କୋଠା, ୧୨ ମୃତ

"ଗାଜା : ଯୁଦ୍ଧରେ ପୂର୍ବରୁ କ୍ଷତିଗ୍ରସ୍ତ ଗାଜାର ଏକ ୭ ମହଲା କୋଠା ରାତିରେ ଭୁଶୁଡ଼ି ପଡ଼ିବାରୁ ୫ ଶିଶୁଙ୍କ ସମେତ ଅତି କମ୍‌ରେ ୧୨ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ।

ଗାଜାର ଉଦ୍ଧାରକାରୀ ଦଳ ବୁଧବାର କୋଠାର ଧ୍ବଂସାବଶେଷ ଭିତରେ ଫସିଥିବା ଲୋକଙ୍କୁ ଖୋଜୁଥିବାବେଳେ ପ୍ରାୟ ୧୦୦ ଜଣ ଏହା ତଳେ ଫସିଥିବା ଆଶଙ୍କା କରାଯାଉଛି ।

ଘଟଣାରେ ଆଉ ୧୪ ଜଣ ଆହତ ହୋଇଛନ୍ତି ।

କୋଠାଟି ଯୁଦ୍ଧ ସମୟରେ ଇସ୍ରାଏଲୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ।Advertisment ଗାଜା ସିଟିର ସିଭିଲ୍‌ ଡିଫେନ୍ସ ସେବା ନିର୍ଦ୍ଦେଶକ ରାଏଦ୍‌ ଅଲ୍‌-ଦହସାନ୍‌ କହିଛନ୍ତି ଯେ ଭୁଶୁଡ଼ିଥିବା କୋଠାରେ ଅତି କମ୍‌ରେ ୧୦ଟି ପରିବାର ରହୁଥିଲେ ।

ଆଶ୍ରୟର ଅଭାବ ଯୋଗୁଁ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନେ ଏହି କୋଠାରେ ଆଶ୍ରୟ ନେଇଥିଲେ ।

କୋଠା ଭୁଶୁଡ଼ିବା ପରେ ମଧ୍ୟ ଧ୍ବଂସାବଶେଷ ତଳୁ ଲୋକଙ୍କ ସ୍ବର ଶୁଣାଯାଉଥିବାରୁ ଆହୁରି ଜୀବିତ ଲୋକଙ୍କୁ ଉଦ୍ଧାର କରିବାର ଆଶା ରହିଥିବା ସେ କହିଛନ୍ତି ।

Khaparapada Odisha Grameen Bank Robbery Case ଖପରାପଦା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୫ ଗିରଫ, ଜଣେ ଫେରାର୍‌ ଉଦ୍ଧାର କାର୍ଯ୍ୟରେ ମିଳିତ ଜାତିସଂଘର କେତେକ ସଂସ୍ଥା ଓ ଇଜିପ୍ଟର ରିଲିଫ୍‌ ଏଜେନ୍ସି ମଧ୍ୟ ସାମିଲ ହୋଇଛି ।

ତେବେ ଭାରୀ ଯନ୍ତ୍ରପାତିର ଅଭାବ ଯୋଗୁଁ ଉଦ୍ଧାରକାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇଛି ।

ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗାଜା କାର୍ଯ୍ୟାଳୟ ମୁଖ୍ୟ ଆଲେସାଣ୍ଡ୍ରୋ ମ୍ରାକିଚ୍‌ କହିଛନ୍ତି ଯେ, ଗାଜାରେ ପ୍ରାୟ ୪୦୦ କୋଠା ଭୁଶୁଡ଼ିବା ବିପଦରେ ରହିଛି ।

ଜାତିସଂଘ ଅନୁସାରେ, ୨୦୨୩ ଅକ୍ଟୋବରରୁ ଚାଲିଥିବା ଯୁଦ୍ଧରେ ଗାଜାରେ ପ୍ରାୟ ୬୧ ନିୟୁତ ଟନ୍‌ ଧ୍ବଂସାବଶେଷ ସୃଷ୍ଟି ହୋଇଛି ।

ଏହାକୁ ହଟାଇବାକୁ ପ୍ରାୟ ୭ ବର୍ଷ ଲାଗିପାରେ ।

୨୦୨୫ ଅକ୍ଟୋବରରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ଦ୍ବାରା ବଡ଼ ଧରଣର ଯୁଦ୍ଧ ବନ୍ଦ ହୋଇଥିଲେ ମଧ୍ୟ ଗାଜାରେ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।