Burglars Break Wall, Steal Gold: କାନ୍ଥ ତାଡି କୋଟିଏ ଟଙ୍କାର ସୁନା ଲୁଟ୍; ୪୦୦ ଗ୍ରାମ ସୁନା ଓ ୧୫ କିଲୋ ରୁପା ଚୋରି

Oct 28, 2026 - 19:42
Burglars Break Wall, Steal Gold: କାନ୍ଥ ତାଡି କୋଟିଏ ଟଙ୍କାର ସୁନା ଲୁଟ୍; ୪୦୦ ଗ୍ରାମ ସୁନା ଓ ୧୫ କିଲୋ ରୁପା ଚୋରି

ସୁନା ଦୋକାନରୁ କୋଟିଏ ଟଙ୍କାର ଲୁଟ୍।

ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବଡ଼ ଧରଣର ଲୁଟ୍ ହୋଇଛି।

ବାଣପୁର ଥାନା ସାମ୍ନା ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଛି ପ୍ରାୟ କୋଟିଏ ଟଙ୍କାର ଅଳଙ୍କାର ସହ ୫ ଲକ୍ଷ ଟଙ୍କା ନଗଦ।

ପ୍ରାୟ ୪୦୦ ଗ୍ରାମ ସୁନା ଓ ୧୫ କିଲୋ ରୁପା ଲୁଟି ନେଇଛନ୍ତି ଲୁଟେରା।

Advertisment ତେବେ ଦୋକାନ ପଛପଟେ ଥିବା ଛତୁଆ ଗୋଦାମର ତାଲା ଭାଙ୍ଗି କାନ୍ଥ କାଟି ଦୋକାନ ଭିତରେ ପଶିଥିଲେ ଦୁର୍ବୃତ୍ତ।

ଏପରିକି ସିସିଟିଭି ତାର କାଟିବା ସହ ନେଇଯାଇଛନ୍ତି ହାର୍ଡଡିସ୍କ।

ବାତ୍ୟା ବର୍ଷାର ସୁଯୋଗ ନେଇ ଏହି ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ ନିରଞ୍ଜନ ପାତ୍ର।

ଘଟଣାସ୍ଥଳରେ ବାଣପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଥାନା ସାମ୍ନାରେ ଏଭଳି ଲୁଟ୍ ଘଟଣାକୁ ନେଇ ଚର୍ଚ୍ଚା।

କାନ୍ଥ ତାଡି କୋଟିଏ ଟଙ୍କାର ସୁନା ଲୁଟ୍ ସୁନା ଦୋକାନରୁ କୋଟିଏ ଟଙ୍କାର ଲୁଟ୍ ୪୦୦ ଗ୍ରାମ ସୁନା ଓ ୧୫ କିଲୋ ରୁପା ଚୋରି ୫ ଲକ୍ଷ ନଗଦ ସହ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍ ସିସିଟିଭି ହାର୍ଡଡିସ୍କ ନେଇ ଛୁ ମାରିଲେ ଦୁର୍ବୃତ୍ତ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।