Businessman Gives Rs 1 Lakh Cash Bonus To Every Employee: ମିଠା ନୁହେଁ, ଟଙ୍କାର ବଣ୍ଡଲ୍! ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍
ଗୁଜରାଟର ସୁରଟର ଜଣେ ବ୍ୟବସାୟୀ ଦୀପାବଳି ଅବସରରେ ନିଜ କର୍ମଚାରୀଙ୍କୁ ଦେଇଥିବା ଉପହାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ସାଧାରଣତଃ ଦୀପାବଳିରେ କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ମିଠା ଓ ଶୁଖିଲା ଫଳ ଉପହାର ଦେଉଥିବା ବେଳେ, ସୁରଟର ଜଣେ ଟେକ୍ସଟାଇଲ ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେ ନିଜର ୨୦ ଜଣ କର୍ମଚାରୀଙ୍କୁ ଲକ୍ଷେରୁ ଅଧିକ ଟଙ୍କା ଲେଖାଏଁ ବୋନସ୍ ଦେଇଛନ୍ତି।
Advertisment ତେବେ ଏହି ବୋନସ୍ ଦେବାର ଶୈଳୀ ମଧ୍ୟ ଥିଲା ନିଆରା।
ଖାମ୍ରେ ଟଙ୍କା ଦେବା ପରିବର୍ତ୍ତେ ରୂପା ଭଳି ଦେଖାଯାଉଥିବା ପୂଜା ଥାଳିରେ ୧୦ ଟଙ୍କାରୁ ୫୦୦ ଟଙ୍କିଆ ପର୍ଯ୍ୟନ୍ତ ନୂଆ ନୋଟ୍ର ବଣ୍ଡଲ୍ ସଜାଇ ରଖାଯାଇଥିଲା।
ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କ ନିଜ ପତ୍ନୀଙ୍କ ହାତରେ ଏହି ଉପହାର ପ୍ରଦାନ କରାଯାଇଥିଲା।
ଏଭଳି ଉପହାର ପାଇ କେତେକ କର୍ମଚାରୀ ଭାବବିହ୍ୱଳ ହୋଇପଡ଼ିଥିଲେ।
ଖୁସିରେ କିଛି କର୍ମଚାରୀଙ୍କ ଆଖିରୁ ଲୁହ ଝରିପଡ଼ିଥିଲା।
ଏହି ସମ୍ପୂର୍ଣ୍ଣ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
Advertisment ଏ ନେଇ ବ୍ୟବସାୟୀ ରାମସ୍ୱରୂପ କହିଛନ୍ତି ଯେ, ସେ କର୍ମଚାରୀଙ୍କୁ କେବଳ କାର୍ଯ୍ୟ କରୁଥିବା ଲୋକ ଭାବେ ଦେଖନ୍ତି ନାହିଁ।
ସେମାନେ ତାଙ୍କ ପରିବାରର ଅଂଶ।
ଦୀପାବଳିରେ ସମସ୍ତ କର୍ମଚାରୀ ନିଜ ପରିବାର ସହ ଆର୍ଥିକ ଚିନ୍ତାମୁକ୍ତ ହୋଇ ଖୁସିରେ ପର୍ବ ପାଳନ କରନ୍ତୁ ବୋଲି ସେ ଚାହାଁନ୍ତି।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ହଜାର ହଜାର ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି।
ଅନେକ ଲୋକ ବ୍ୟବସାୟୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏଭଳି ନିଯୁକ୍ତିଦାତା ସମସ୍ତଙ୍କୁ ମିଳନ୍ତୁ ବୋଲି କହିଛନ୍ତି।
ଆଉ କିଛି ଲୋକ ମଜାଳିଆ ଢଙ୍ଗରେ ତାଙ୍କ କମ୍ପାନୀରେ ଚାକିରି ପାଇଁ କିପରି ଆବେଦନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ❤️ THIS IS WHAT TRUE GENEROSITY LOOKS LIKE Meet Ramswaroop Mund, a textile businessman in Surat originally from Rajasthan.
This Diwali, he gifted ₹1 LAKH CASH to each of his 50 employees, along with special gifts.
But the money isn't the most heartwarming part.
His… pic.twitter.com/OId49yXT9W — CA Anurag (@CAAnurag_) November 7, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।