Cabinet to Meet Twice Monthly: ମାସକୁ ୨ ଥର ବସିବ କ୍ୟାବିନେଟ, ବିଭାଗ ଆଗୁଆ ପ୍ରସ୍ତୁତ କରିବେ ନିଜ ନିଜ ପ୍ରସ୍ତାବ
ମାସକୁ ୨ଥର ବସିବ କ୍ୟାବିନେଟ। ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ସହ କ୍ୟାବିନେଟ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଣିକି ପ୍ରତିମାସରେ ଦୁଇଥର କ୍ୟାବିନେଟ ବୈଠକ ବସିବ। ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗ ଆଗୁଆ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରିବେ। ଏହା ସହ ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ କ୍ୟାବିନେଟ ନୋଟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ସମସ୍ତ ସଚିବଙ୍କୁ ବୈଠକର ଆକ୍ସନ୍ ପଏଣ୍ଟ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗଗୁଡ଼ିକୁ ନିଜ ନିଜ ପ୍ରସ୍ତାବ ଆଗୁଆ ପ୍ରସ୍ତୁତ କରିବା ସହ ସମୟ ପୂର୍ବରୁ କ୍ୟାବିନେଟ ନୋଟ ଦାଖଲ କରିବାକୁ କୁହାଯାଇଛି। ଏହା ଦ୍ୱାରା କ୍ୟାବିନେଟରେ ପ୍ରସ୍ତାବ ଉପରେ ଠିକ୍ ସମୟରେ ନିଷ୍ପତ୍ତି ନିଆଯାଇପାରିବ। କ୍ୟାବିନେଟରେ ଅନୁମୋଦିତ ନିଷ୍ପତ୍ତିଗୁଡ଼ିକର ନିୟମିତ ଅନୁଧ୍ୟାନ କରି ସେଗୁଡ଼ିକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିଷ୍ପତ୍ତିର ଅଗ୍ରଗତି ଉପରେ ନିୟମିତ ନଜର ରଖିବା ଏବଂ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗଗୁଡ଼ିକୁ କୁହାଯାଇଛି...
ପ୍ରତି ମାସରେ ଦୁଇ ଥର ବସିବ ରାଜ୍ୟ କ୍ୟାବିନେଟ
ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବାକୁ ବସିବ
କ୍ୟାବିନେଟ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ
ସମସ୍ତ ପ୍ରଶାସନିକ ବିଭାଗ ଆଗୁଆ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରିବେ
ବୈଠକର ଯଥେଷ୍ଟ ପୂର୍ବରୁ କ୍ୟାବିନେଟ ନୋଟ ଦାଖଲ କରିବେ
ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ
ପ୍ରମୁଖ ବିଷୟ ଉପରେ ଗୁରୁତ୍ବ ନେଇ ସ୍ପଷ୍ଟ ନିର୍ଦ୍ଦେଶ
କ୍ୟାବିନେଟରେ ପ୍ରସ୍ତାବ ଉପରେ ଠିକ୍ ସମୟରେ ନିଷ୍ପତ୍ତି ହୋଇପାରିବ
ନିଷ୍ପତ୍ତିର ଅଗ୍ରଗତି ଉପରେ ନିୟମିତ ନଜର ରଖାଯିବ
ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।