Pride of Odisha: ଓଡ଼ିଆ ପୁଅଙ୍କ ବୀରତ୍ୱକୁ ସଲାମ୍, ବୀରତ୍ୱ ସେନାପଦକ ପାଇଁ ମନୋନୀତ ହୋଇଛନ୍ତି ସୁଧାଂଶୁ
ଓଡ଼ିଆ ପୁଅଙ୍କ ବୀରତ୍ୱକୁ ସଲାମ୍ । ଦେଶ ପାଇଁ ସାହସିକତା ଦେଖାଇ ଗୌରବ ଆଣିଛନ୍ତି କଳାହାଣ୍ଡିର ମେଜର ସୁଧାଂଶୁ ପାଣି । କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଅଦମ୍ୟ ସାହସ ପ୍ରଦର୍ଶନ ପାଇଁ ତାଙ୍କୁ ବୀରତ୍ୱ ସେନାପଦକ ପାଇଁ ମନୋନୀତ କରାଯାଇଛି । ରାଷ୍ଟ୍ରପତିଙ୍କ ୭୨ଟି ବୀରତ୍ୱ ପୁରସ୍କାର ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଏହି ବୀର ଓଡ଼ିଆ । କଳାହାଣ୍ଡି ଜୁନାଗଡ଼ ମାଟିର ପୁଅ ସୁଧାଂଶୁ ୧୦ ପାରା ସ୍ପେସିଆଲ୍ ଫୋର୍ସରେ ମେଜର ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ସୁଧାଂଶୁଙ୍କ ଏହି ବୀରତ୍ୱର କାହାଣୀ ୨୦୨୪ ସେପ୍ଟେମ୍ବରରେ ଜମ୍ମୁ-କାଶ୍ମୀର କିଶ୍ତୱାଡ଼ର ‘ଅପରେସନ୍ ଗୁଦ୍ଦର’ ସହ ଜଡ଼ିତ । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅପରେସନରେ ଆଗରେ ଥିଲେ ମେଜର ସୁଧାଂଶୁ । ସାମ୍ନାରେ ଥିଲା ଲସ୍କର-ଇ-ତୋଇବାର ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ଗୁଳିବିନିମୟ ଭିତରେ ଅଦମ୍ୟ ସାହସର ସହ ଅପରେସନର ନେତୃତ୍ୱ ନେଇଥିଲେ ଏହି ବୀର ଓଡ଼ିଆ । ତାଙ୍କ ସାହସିକ ଭୂମିକା ପାଇଁ ଆଜି ତାଙ୍କୁ ମିଳିଛି ଦେଶର ସମ୍ମାନ । ସୁଧାଂଶୁଙ୍କ ଏହି ସଫଳତାରେ ତାଙ୍କ ପରିବାର ଓ ସାରା ଓଡ଼ିଶା ଗର୍ବିତ ହୋଇଛି।
ଓଡ଼ିଆ ପୁଅଙ୍କ ବୀରତ୍ୱକୁ ସଲାମ୍
ଗୌରବ ଆଣିଛନ୍ତି କଳାହାଣ୍ଡିର ପୁଅ ମେଜର ସୁଧାଂଶୁ ପାଣି
ଦେଶ ପାଇଁ ସାହସିକତା ଦେଖାଇ ଆଣିଲେ ଗୌରବ
କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଦେଖାଇଲେ ଅଦମ୍ୟ ସାହସ
ବୀରତ୍ୱ ସେନାପଦକ ପାଇଁ ମନୋନୀତ ହୋଇଛନ୍ତି ସୁଧାଂଶୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।