Campus politics: ଚଳଚଞ୍ଚଳ କ୍ୟାମ୍ପସ୍: ୮ ବର୍ଷ ପରେ ଜମିବ କ୍ୟାମ୍ପସ୍ ରାଜନୀତି
"ଭୁବନେଶ୍ବର: ୨୦୧୭ରେ ରାଜ୍ୟରେ ଶେଷ ଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ।
୨୦୧୮ରେ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା ବେଳେ ବାତ୍ୟା ଆଳରେ ଶେଷ ମୂହୁର୍ତ୍ତରେ ନିର୍ବାଚନ ବନ୍ଦ କରିଦିଗଲା।
ତା"ପରେ ଆଉ ପୂର୍ବ ସରକାର ନିର୍ବାଚନ କରିବାକୁ ମନ ବଳାଇନାହାନ୍ତି।
କେତେବେଳେ ଛାତ୍ର ଅଶାନ୍ତି ତ କେତେବେଳେ କୋଭିଡ୍।
ବର୍ତ୍ତମାନର ସରକାର ବି ଦୁଇ ବର୍ଷ ଗଡ଼ାଇଦେଲେ।
୨୦୨୪ରେ ସମୟ ନ ଥିବା କହି ଏବଂ ୨୦୧୫ରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଥିବା ଆଳରେ ନିର୍ବାଚନ କରି ନଥିଲେ। ଶେଷରେ ୮ ବର୍ଷ ପରେ ରାଜ୍ୟରେ କ୍ୟାମ୍ପସ ରାଜନୀତି ଫେରିଛି।
ଏ ବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସକୁ ମିଳିବେ ନୂଆ ନେତା।
ଯେଉଁମାନେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବେ।
କେବଳ ସେତିକି ନୁହେଁ, କ୍ୟାମ୍ପସରୁ ଚୟନ ହେଉଥିବା ନେତା ଭବିଷ୍ୟତ ଓଡ଼ିଶାର ନେତୃତ୍ବ ନେବାକୁ ସମ୍ଭାବନା ସୃଷ୍ଟି ପାଇଁ ବାଟ ଫିଟିଛି।
Advertisment Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା ଛାତ୍ରସଂସଦ ନିର୍ବାଚନ ବନ୍ଦ ହେବା ନେଇ ପୂର୍ବ ବିଜେଡି ସରକାର ବେଶ୍ ସମାଲୋଚିତ ହୋଇଥିଲେ।
ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଏହାକୁ ନାପସନ୍ଦ କରିଥିଲେ।
ବିରୋଧୀ ଦଳ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରି ସରକାରଙ୍କୁ ଲଗାତାର ଟାର୍ଗେଟ୍ କରିଥିଲେ।
୨୦୨୪ ନିର୍ବାଚନରେ ଛାତ୍ରସଂସଦ ନିର୍ବାଚନ କରାଇବାକୁ ବିଜେପି ତା"ର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା।
ଛାତ୍ର ସଂଗଠନ ଏହି ପ୍ରସଙ୍ଗରେ ଲଗାତାର ଦାବି ଓ ଆନ୍ଦୋଳନ ଜାରି ରଖିଥିଲେ।
ପୁଣି ଏବେ "ଜେନ୍-ଜି" ସରକାରଙ୍କ ବିରୋଧରେ ଅଛନ୍ତି ବୋଲି ସାରା ଦେଶରେ ଚର୍ଚ୍ଚା ଧରିଛି।
ତେଣୁ ଏହି ସମୟରେ କ୍ୟାମ୍ପସ୍ ନିର୍ବାଚନ ଘୋଷଣା କରି ରାଜ୍ୟରେ ଜେନ୍-ଜିଙ୍କୁ ଖୁସି କରାଇବାକୁ ସରକରା ଉଦ୍ୟମ କରିଥିବା କୁହାଯାଉଛି। "ଜେନ୍-ଜି"ଙ୍କୁ ଖୁସି କରିବାକୁ ପ୍ରୟାସବିରୋଧୀ ଛାତ୍ର ସଙ୍ଗଠନକୁ ଚକ୍ମା ଯୁବପିଢ଼ିକୁ ଗଣତନ୍ତ୍ର, ଦାୟିତ୍ୱ ଓ ନେତୃତ୍ୱର ଅନୁଭବ ମିଳିବ: ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ୭ ଦିନ ଆଗରୁ ରାଜ୍ୟ ସରକାର ଆଲୋଚନା ଜାରି ରଖିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବିଜେପି ବିଧାୟକଙ୍କ ବୈଠକରେ ଦଳର ରାଜ୍ୟ ସଭାପତି ଏନେଇ ସବୁଜ ସଙ୍କେତ ଦେବା ପରେ ନିର୍ବାଚନ ହେବା ନେଇ ଆଶା ସଞ୍ଚାର ହୋଇଥିଲା।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତକରି ନିର୍ବାଚନ ସମ୍ପର୍କରେ ବ୍ୟାପକ ଆଲୋଚନା ପରେ ନିର୍ବାଚନ ସମ୍ପର୍କରେ ଘୋଷଣା କରିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ରଛାତ୍ରୀ ହିଁ ଆସନ୍ତାକାଲି ଓଡ଼ିଶାର ନେତୃତ୍ୱ।
ଦୀର୍ଘ ବର୍ଷ ଧରି ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ପୁନଃ ଆରମ୍ଭ କେବଳ ଏକ ନିର୍ବାଚନର ଫେରିବା ନୁହେଁ; ବରଂ ଯୁବପିଢ଼ିକୁ ଗଣତନ୍ତ୍ର, ଦାୟିତ୍ୱ ଓ ନେତୃତ୍ୱର ଅନୁଭବ ଦେବାର ଏକ ନୂଆ ଅଧ୍ୟାୟ।
ଆଜିର ଯୁବଶକ୍ତିକୁ ଆସନ୍ତାକାଲିର ଦାୟିତ୍ୱବାନ ନେତୃତ୍ୱରେ ପରିଣତ କରିବା ଆମର ସଙ୍କଳ୍ପ ବୋଲି ଶ୍ରୀ ସୂରଜ କହିଛନ୍ତି।
Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଶିକ୍ଷାବର୍ଷ ଆରମ୍ଭରୁ କ୍ୟାମ୍ପସରେ ନିର୍ବାଚନ ହେବା ନେଇ କୌଣସି ସୂଚନା ନ ଥିଲା।
ଏପରିକି ବାର୍ଷିକ କ୍ୟାଲେଣ୍ଡରରେ ପ୍ରକାଶ ପାଇ ନ ଥିଲା।
ମାତ୍ର ନିର୍ବାଚନର ୧୦ ଦିନ ଆଗରୁ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ସରକାର ବିରୋଧୀ ଛାତ୍ର ସଙ୍ଗଠନକୁ ଚକ୍ମା ଦେଇଛନ୍ତି।
ହଠାତ୍ ଏଭଳି ନିଷ୍ପତ୍ତି ବିରୋଧୀ ଶିବିରକୁ ବଡ଼ ଝଟକା ଦେଇଛି।
ବିଶେଷକରି ବିଜେଡି ସରକାର ସମୟରେ କ୍ୟାମ୍ପସରେ ପତିଆରା ଜାହିର କରି ଆସୁଥିବା ବିଜୁ ଛାତ୍ର ଜନତା ଦଳ ଏପର୍ଯ୍ୟନ୍ତ କ୍ୟାମ୍ପସରେ ନିଜର ସଙ୍ଗଠନକୁ ଠିକ୍ କରିପାରି ନାହିଁ।
ପ୍ରତିଟି କ୍ୟାମ୍ପସରେ ଫାଟ ଜଳଜଳ ଦିଶୁଛି।
ଛାତ୍ର କଂଗ୍ରେସ ମଧ୍ୟ ଅନୁରୂପ ଭାବେ ନୂଆ ନେତୃତ୍ବଙ୍କ କାନ୍ଧରେ ସଙ୍ଗଠନ ଭାର ଦେଇଛି।
ଏପର୍ଯ୍ୟନ୍ତ କ୍ୟାମ୍ପସରେ ସଙ୍ଗଠିତ ହୋଇପାରି ନାହିଁ।
ଏଭଳି ସମୟରେ ରାଜ୍ୟ ସରକାର ନିର୍ବାଚନ ବିଗୁଲ୍ ବଜାଇ ଦେଇଛନ୍ତି।
ବିଜେପିର ଛାତ୍ର ସଙ୍ଗଠନ କୁହାଯାଉଥିବା ଏବିଭିପି କିନ୍ତୁ ଆଗୁଆ ପ୍ରସ୍ତୁତି ଜାରି ରଖିଛି।
କ୍ୟାମ୍ପସରେ ସଦସ୍ୟ ସଂଗ୍ରହ ସହ ସଙ୍ଗଠନକୁ ବଞ୍ଚାଇ ରଖିଛି।
ଛାତ୍ରଛାତ୍ରୀଙ୍କ ପାଖରେ ଛିଡ଼ା ହେଉଛି।
ହେଲେ ରାଜ୍ୟର ଅଧିକାଂଶ କ୍ୟାମ୍ପସରେ ବିଜେପି ଯୁବମୋର୍ଚ୍ଚା ଓ ଏବିଭିପି ନେତାଙ୍କ ମଧ୍ୟରେ ମନମାଳିନ୍ୟ ସଙ୍ଗଠନ ପାଇଁ ବଡ଼ ଆହ୍ବାନ ପାଲଟିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।