Cannabis Packed Inside Pickle Jars Uncovered: ଆଚାର ଡବାରେ ଗଞ୍ଜେଇ, ଭଡ଼ା ଘରେ ଚାଲିଥିଲା ପ୍ୟାକିଂ; ୨ ଗିରଫ

Sep 23, 2026 - 16:18
Cannabis Packed Inside Pickle Jars Uncovered: ଆଚାର ଡବାରେ ଗଞ୍ଜେଇ, ଭଡ଼ା ଘରେ ଚାଲିଥିଲା ପ୍ୟାକିଂ; ୨ ଗିରଫ

ଗଞ୍ଜେଇ ଚାଲାଣ ପାଇଁ ଅଭିଯୁକ୍ତମାନେ ଆପଣାଇଥିଲେ ନୂଆ ଫଣ୍ଡା। ଆଚାର ଡବାରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ବଲାଙ୍ଗିର ସହରର ଉଦୟନଗର ପଡ଼ାରୁ ଏଭଳି ଏକ ଘଟଣା ଜଣାପଡ଼ିଛି।

ସୂଚନା ଅନୁସାରେ, ଉଦୟନଗର ପଡ଼ାରେ ଏକ ଘର ଭଡ଼ା ନେଇ ଗଞ୍ଜେଇ ପ୍ୟାକିଂ ଓ ଚାଲାଣ କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ଭଡ଼ା ଘରେ ଏହି କାରବାର ଚାଲିଥିବା ନେଇ ପୋଲିସ ଖବର ପାଇଥିଲା।

ଖବର ପାଇବା ପରେ ପୋଲିସ ଉକ୍ତ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଆଚାର ଡବାରେ ପ୍ୟାକ୍ କରାଯାଇଥିବା ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।

ତେବେ ଏହି ଗଞ୍ଜେଇ ଚାଲାଣ କାରବାର ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି, ଏବଂ ଗଞ୍ଜେଇ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଏହି ଚାଲାଣ ନେଟୱର୍କ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।