Car Accident ଡାବୁଗାଁରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା: ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ଓ ପତ୍ନୀଙ୍କ ମୃତ୍ୟୁ

Oct 09, 2026 - 19:32
Car Accident  ଡାବୁଗାଁରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା: ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ଓ ପତ୍ନୀଙ୍କ ମୃତ୍ୟୁ

"ଡାବୁଗାଁ (ସଞ୍ଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

କାର୍‌ରେ ଯାତ୍ରା କରୁଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ମୃତକମାନେ ହେଉଛନ୍ତି, ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ (୪୮) ଓ ତାଙ୍କ ପତ୍ନୀ ମୀନାକ୍ଷୀ (୪୨)।

Advertisment Car Accident: ପୋଖରୀରେ ପଶିଲା ଫରଚୁନର କାର୍!

କାଚ ଭାଙ୍ଗି ବର୍ତ୍ତିଲେ ଚାଳକ ସୂଚନା ଅନୁଯାୟୀ,  ଶୁକ୍ରବାର ପୂର୍ବାହ୍ନରେ ଏଲ ଆଇ ସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ (୪୮) ଓ ତାଙ୍କ ପତ୍ନୀ ନିଜ କାର ( ଓଡି ୧୦ ଡି ୯୧୯୨) ଯୋଗେ ଉମରକୋଟକୁ ଏଲ୍‌ଆଇସିର ଏକ ପରୀକ୍ଷା ଦେବା ପାଇଁ ଯାଇଥିଲେ।

ପରୀକ୍ଷା ସରିବା ପରେ ଉଭୟେ ପୁଣି ନିଜ କାର୍‌ରେ ଅପରାହ୍ନ ସମୟରେ ଉମରକୋଟ ରୁ ନବରଙ୍ଗପୁର ଫେରୁଥିଲେ ।

ଅପରାହ୍ନ ସାଢ଼େ ୪ ଘଣ୍ଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା।

ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ଡାକ୍ତର ସେଠାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା କହିଥିଲେ।

Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତରଏନେଇ ମୃତ ସୁଶାନ୍ତଙ୍କ ସାନଭାଇ ସନ୍ତୋଷ କୁମାରଙ୍କ ଅଭିଯୋଗ ଅନୁସାରେ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଆରମ୍ଭ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।