Care hospital:କେୟାର ହସ୍ପିଟାଲରେ ୫୦୦ ରୋବୋଟିକ ଆଣ୍ଠୁ ପ୍ରତିରୋପଣ
"ବିଶାଖାପାଟଣା: ହେଲ୍ଥସିଟିରେ ଥିବା କେୟାର ହସ୍ପିଟାଲ୍ରେ ବର୍ଷକ ମଧ୍ୟରେ ୫୦୦ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ କରାଯାଇଛି।
ଅସ୍ଥିଶଲ୍ୟ ସର୍ଜନ ଡାକ୍ତର ରବିଚନ୍ଦ୍ର ଭାଟିପାଲିଙ୍କ ନେତୃତ୍ବରେ ପରିଚାଳିତ ଏହି କାର୍ଯ୍ୟକ୍ରମ ଦ୍ବାରା ଶହ ଶହ ରୋଗୀ ଉପକୃତ ହୋଇ ସ୍ବାଭାକ ଜୀବନଯାପନ କରୁଛନ୍ତି।
ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲା ସମେତ ଓଡ଼ିଶାର ରୋଗୀମାନେ ଆଣ୍ଠୁ ପ୍ରତିରୋପଣ କରିଥିବା ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।Advertisment ଆହୁରି ପଢନ୍ତୁ: Bangladesh: ବାଂଲାଦେଶରେ ପ୍ରଭୁ ଶ୍ରୀରାମଙ୍କ ଛବିକୁ ଅନାଦର: ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଢାକାକୁ ଭାରତର ଆହ୍ୱାନ ଡାକ୍ତର ଭାଟିପାଲି କହିଛନ୍ତି ଯେ ପୂର୍ବରୁ ଚଳପ୍ରଚଳ କରିପାରୁନଥିବାରୁ ଆମର ଅଧିକାଂଶ ରୋଗୀ ଏବେ ନିଜ କାମ ଆରମ୍ଭ କରିପାରିଛନ୍ତି।
ଆଣ୍ଠୁ ସ୍ବାସ୍ଥ୍ୟକୁ ନେଇ ସଚେତନତା ବ୍ୟାପକ ହେବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଛନ୍ତି।
ଓଜନ ପରିଚାଳନା, ନିୟମିତ ବ୍ୟାୟାମ, ଫିଜିଓଥେରାପି ଓ ଠିକ୍ ସମୟରେ ଚିକିତ୍ସା ଏହି ସମସ୍ୟା ଦୂର କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
କେୟାର ହସ୍ପିଟାଲ ବିଶାଖାପାଟଣାର ଚିଫ୍ ଅପରେଟିଂ ଅଫିସର ଜି ସୁକେଶ ରେଡ୍ଡି କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଚି ଲୋକମାନଙ୍କୁ ବିଶ୍ବସ୍ତରୀୟ ରୋବୋଟିକ୍ ଅସ୍ଥିଶଲ୍ୟ ଚିକିତ୍ସା ସେବା ପ୍ରଦାନ କରିବା।
ଅତ୍ୟାଧୁନିକ ପ୍ରଯୁକ୍ତି ଓ କ୍ଲିନିକାଲ ବିଶେଷତା ଜରିଆରେ ଚିକିତ୍ସା କରାଯାଉଥିବାରୁ ରୋଗୀମାନେ ଶୀଘ୍ର ସାଧାରଣ ମଣିଷ ଭଳି ଜୀବନଯାପନ କରିପାରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।