Lightning Strike ଫୁଟବଲ ଖେଳ ଦେଖୁଥିବା ବେଳେ ବଜ୍ରପାତ: ନାବାଳକ ମୃତ,୨ ଗୁରୁତର
"କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଆଜି(ରବିବାର) ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି।
Advertisment lightning death ବଜ୍ରପାତରେ ଜଣେ ମୃତ, ୨ ଗୁରୁତର କାଲୋଷିହିରିଆ ଗେଲ୍ ଇଣ୍ଡିଆ ଖଡ଼ିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଫୁଟବଲ ଖେଳ ଚାଲୁଥିଲା।
ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ହଠାତ୍ ବିଜୁଳି ସହ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା।
ଖେଳ ଦେଖୁଥିବା କାଲୋଷିହିରିଆ ମିଞ୍ଜ ବସ୍ତିର ସୁନୀଲ ମିଞ୍ଜଙ୍କ ପୁଅ ଅମିତ ମିଞ୍ଜ (୧୫)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି।
Lightning Strike ବଜ୍ରପାତରେ ମହିଳା କୃଷି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର ନିକଟରେ ଥିବା କାଲୋଷିହିରିଆ ସାଧୋବସ୍ତିର ସମୀର ତିର୍କି (୧୬) ଓ ସାନ କାଲୋଷିହିରିଆ ଗ୍ରାମର କୁଷ୍ଠ ଗଞ୍ଝୁ (୧୫) ଆହତ ହୋଇଥିଲେ।
ସେମାନଙ୍କୁ ଗୁରୁତର ଅବସ୍ଥାରେ କୁଆରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏ ନେଇ ବୀରମିତ୍ରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ସୋମବାର ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି କୁଆରମୁଣ୍ଡା ଫାଣ୍ଡି ପୁଲିସ ସୂଚନା ଦେଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।