Cattle seizure: ତେଲ ଟ୍ୟାଙ୍କରୁ ଜବତ ହେଲେ ଗୋରୁ; ଡ୍ରାଇଭର ଓ ହେଲପର ଅଟକ
"ବାଙ୍ଗିରିପୋଷି (ପ୍ରଭାତ ହୋତା): ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ପୁନାସିଆ ରେଳଗୋଳା ପୋଲ ତଳୁ ଗୋରୁ ବୋଝେଇ ତେଲ ଟ୍ୟାଙ୍କରକୁ ଜବତ କରିଛି ପୁଲିସ।
କଳାବାଡିଆ-ବାଙ୍ଗିରିପୋଷି ରାଜ୍ୟ ରାଜପଥ ୫୦ ରାସ୍ତାରେ ଏକ ଗୋରୁ ବୋଝେଇ ତେଲ ଟ୍ୟାଙ୍କରକୁ ପିଛା କରିଥିଲେ କିଛି ଗୋରକ୍ଷକ।
Advertisment ତେବେ ଗାଡି଼ିଟି ଦ୍ରୁତ ଗତିରେ ପଳାଉଥିବା ଖବର ପାଇଥିଲା ପୁଲିସ।
ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ସହିତ ଏକ ପୁଲିସ ଟିମ୍ ରେଳଗୋଳା ପୋଲ ତଳେ ଛକି ରହିଥିଲା।
ଗାଡ଼ି ଆସିବା କ୍ଷଣି ଡ୍ରାଇଭର ହେଲପର ସହିତ ଗାଡ଼ି ଜବତ କରି ଥାନା ଆଣିଛି ପୁଲିସ।
ତେଲ ଟ୍ୟାଙ୍କରରେ କେତେ ଗୋରୁଗାଈ ଅଛନ୍ତି ଜଣାପଡି ନାହିଁ।
ଗୋ ଚାଲାଣର ନୂତନ ତରିକା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ବାଙ୍ଗିରିପୋଷି ପୁଲିସର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।