Dead: ମୁଣ୍ଡ ଉପରେ ରିଲିଫ୍‌ ସାମଗ୍ରୀ ପଡ଼ି ଜଣେ ମୃତ, ୨ ଆହତ

Oct 03, 2026 - 21:19
Dead: ମୁଣ୍ଡ ଉପରେ ରିଲିଫ୍‌ ସାମଗ୍ରୀ ପଡ଼ି ଜଣେ ମୃତ, ୨ ଆହତ

"ପାଟନା: ବିହାରର ବନ୍ୟା ପ୍ରଭାବିତ ସାରଣ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।

ବନ୍ୟା ପ୍ରଭାବିତଙ୍କ ପାଇଁ ଆକାଶରୁ ହେଲିକପ୍ଟର ଦ୍ବାରା ରିଲିଫ୍‌ ସାମଗ୍ରୀ ପକାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଏହି ରିଲିଫ୍‌ ସାମଗ୍ରୀ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ଶୁକ୍ରବାର ଅପରାହ୍ନରେ ଆମନୋର୍‌ ଥାନା ଅଞ୍ଚଳଯର ପର୍ଶୁରାମପୁର ଗ୍ରାମରେ ଏକ ରିଲିଫ୍‌ ଶିବିର ନିକଟରେ ଏହି ଘଟଣା ଘଟିଛି।

Advertisment ମୃତ ବ୍ୟକ୍ତିଙ୍କ ନାଁ ଅନିଲ କୁମାର ସିଂହ ଏବଂ ତାଙ୍କ ବୟସ ୫୮।

ସେ ପର୍ଶୁରାମପୁର ଗ୍ରାମର ବାସିନ୍ଦା।

ଏସ୍‌ଡିପିଓ ସବୀନ୍ଦ୍ର କୁମାର ଦାସ କହିଛନ୍ତି, ଆକାଶ ମାର୍ଗରୁ ପକାଯାଇଥିବା ଏକ ରିଲିଫ୍‌ ସାମଗ୍ରୀ ଥିବା ପ୍ୟାକେଟ୍‌ ଜଣେ ବ୍ୟକ୍ତିଙ୍କ ମୁଣ୍ଡ‌ରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୨ ଜଣ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ଅଛନ୍ତି।

ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ବିହାରରେ ବନ୍ୟା ସଂପର୍କିତ ବିଭିନ୍ନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

Revenue Minister Reviews Flood Damage ବନ୍ୟା ପ୍ରଭାବିତ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସରଜମିନ ସମୀକ୍ଷା କଲେ ରାଜସ୍ବମନ୍ତ୍ରୀ  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।