CBSE: CBSE ର ନୂତନ ଅଧ୍ୟକ୍ଷଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା?

Sep 26, 2026 - 22:35
CBSE: CBSE ର ନୂତନ ଅଧ୍ୟକ୍ଷଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା?

"ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ନୂତନ ଅଧ୍ୟକ୍ଷ ଭାବେ ୨୦୦୧ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଧିକାରୀ ମନ୍ଦୀପ୍ କେ.

ଭଣ୍ଡାରୀଙ୍କୁ ନିଯୁକ୍ତ କରାଯାଇଛି।

କ୍ୟାବିନେଟ୍‌ର ନିଯୁକ୍ତି କମିଟି ଦ୍ୱାରା ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସେ ଲୋଖଣ୍ଡେ ପ୍ରଶାନ୍ତ ସୀତାରାମଙ୍କ ସ୍ଥାନ ନେବେ, ଯିଏ ଏପର୍ଯ୍ୟନ୍ତ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।Advertisment ଡାକ୍ତରୀ ଶିକ୍ଷାରୁ IAS ଅଧିକାରୀ୧୯୭୪ ମସିହା ସେପ୍ଟେମ୍ବର ୧୪ରେ ଜନ୍ମଗ୍ରହଣ କରିଥିବା ମନ୍ଦୀପ୍ କେ.

ଭଣ୍ଡାରୀ ଦୟାନନ୍ଦ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ।

ଡାକ୍ତର ଭାବେ କାର୍ଯ୍ୟ କରିବା ବଦଳରେ ସେ ସିଭିଲ୍ ସର୍ଭିସେସ୍ ଆଡ଼କୁ ମନ ବଳାଇଥିଲେ।

ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ AGMUT କ୍ୟାଡରର ୨୦୦୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଭାବେ ଯୋଗଦେଇଥିଲେ।

ପ୍ରଶାସନିକ ଅନୁଭୂତିଜମ୍ମୁ-କାଶ୍ମୀରରେ କାର୍ଯ୍ୟ: ଆଇଏଏସ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ଜମ୍ମୁକାଶ୍ମୀରର କଠୁଆରେ ଅତିରିକ୍ତ ବିକାଶ କମିଶନର, ଲେହ ଏବଂ ଜମ୍ମୁରେ ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି।

ଏହାସହ ସେ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡର ଅତିରିକ୍ତ ସିଇଓ ଏବଂ ଜମ୍ମୁ-କାଶ୍ମୀର ସରକାରଙ୍କ ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା ବିଭାଗର କମିଶନର ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଆହୁରି ପଢନ୍ତୁ: High Court: ୮ ବର୍ଷ ପରେ ଜିମ୍ମା ନେଇଥିବା ପୁଅକୁ ଫେରାଇବାକୁ ମା"ଙ୍କ ଆବେଦନ, ଦିଲ୍ଲୀ ହାଇକୋର୍ଟରେ ମାମଲା କେନ୍ଦ୍ର ସରକାରଙ୍କ ଅଧୀନରେ: ୨୦୧୮ରେ ସେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ (MHRD) ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଦାୟିତ୍ୱ ତୁଲାଇଥିଲେ।

୨୦୨୩ ମାର୍ଚ୍ଚ ମାସରୁ ସେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏବଂ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡର ସିଇଓ ଭାବେ କାର୍ଯ୍ୟରତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।