CEC: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ବାକି ରହିଛି କେତେ, କେବେ ନେବେ ଅବସର
"ନୂଆଦିଲ୍ଲୀ: ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରୁଛନ୍ତି।
ବିରୋଧୀ ଦଳ ସଂସଦରେ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।
ଭାରତୀୟ ଆଇନ ଅନୁଯାୟୀ, ସରକାରଙ୍କ ସମ୍ମତି ବିନା ସୁପ୍ରିମକୋର୍ଟ କିମ୍ବା ବିରୋଧୀ ଦଳ ଭାରତର ମୁଖ୍ୟ ନିର୍ବାଚନ କମିସନରଙ୍କୁ ହଟାଇ ପାରିବେ ନାହିଁ।
ସଂସଦ ମୁଖ୍ୟ ନିର୍ବାଚନ କମିସନରଙ୍କୁ ହଟାଇ ପାରିବ, ପୁଣି ତାହା ଏକ ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ।Advertisment ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଦୁଇ-ତୃତୀୟାଂଶ ସାଂସଦଙ୍କ ସମ୍ମତି ଆବଶ୍ୟକ।
ବିରୋଧୀ ଦଳ ନିଜେ ମହାଭିଯୋଗ ପ୍ରସ୍ତାବ ପାରିତ କରାଇପାରିବେ ନାହିଁ।
ଯଦି ମୁଖ୍ୟ ନିର୍ବାଚନ କମିସନର ଚାହାନ୍ତି, ତେବେ ସେ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେଇପାରିବେ।
ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ଜାନୁଆରି ୨୦୨୯ ପର୍ଯ୍ୟନ୍ତ ରହିଛି।
ସେ ଲୋକସଭା ନିର୍ବାଚନ ୨୦୨୯ ଘୋଷଣାର କିଛି ମାସ ପୂର୍ବରୁ ଅବସର ନେବେ।
ଯଦି ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରନ୍ତି, ତେବେ ସେ ଲୋକସଭା ନିର୍ବାଚନ ମଧ୍ୟ ପରିଚାଳନା କରିପାରନ୍ତି।
ମହାଭିଯୋଗ ପ୍ରସ୍ତାବ ସେ ୧୯ ଫେବ୍ରୁଆରି ୨୦୨୫ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ଜ୍ଞାନେଶ କୁମାର ଜାନୁଆରି ୨୦୨୪ରେ ପ୍ରଶାସନିକ ସେବାରୁ ଅବସର ନେଇଥିଲେ।
ଦୁଇ ମାସରୁ କମ୍ ସମୟ ପରେ, ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା।
ସାଧାରଣ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଏହି ନିଯୁକ୍ତି ହୋଇଥିଲା।
ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବରେ କାର୍ଯ୍ୟକାଳ ମଧ୍ୟରେ, ଜ୍ଞାନେଶ କୁମାର ୨୨ ରାଜ୍ୟର ନିର୍ବାଚନ ତଦାରଖ କରିବେ।
ସେଥିମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଏବଂ ପଞ୍ଜାବ, ଗୋଆ ଏବଂ ଗୁଜରାଟ ସମେତ ଅନେକ ରାଜ୍ୟର ନିର୍ବାଚନ ଅନ୍ତର୍ଭୁକ୍ତ।
ସେ ୨୦୨୭ ମସିହାରେ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ତଦାରଖ କରିବେ।
ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ବିହାର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇ ସାରିଛି।
୨୦୨୭ ମସିହାରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର, ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ସେହିପରି ୨୦୨୮ ମସିହାରେ ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।
ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୁଦ୍ଧରେ ଏତଲା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, କର୍ଣ୍ଣାଟକ, ମିଜୋରାମ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ଅଛି।
୨୦୨୯ ମସିହାରେ ଅରୁଣାଚଳ ପ୍ରଦେଶ, ସିକିମ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଜମ୍ମୁ ଏବଂ କାଶ୍ମୀର, ହରିୟାଣା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ।
ଜ୍ଞାନେଶ କୁମାର ୩୬ ବର୍ଷରୁ ଅଧିକ ସମୟ ଧରି ଅମଲାତନ୍ତ୍ରରେ ସକ୍ରିୟ ଅଛନ୍ତି।
ନିର୍ବାଚନ କମିସନର ହେବା ପୂର୍ବରୁ ସେ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରରେ ଅନେକ ବରିଷ୍ଠ ପଦବୀରେ କାର୍ଯ୍ୟ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।