CEC Gyanesh Kumar Case: CEC ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ, ECIକୁ ନୋଟିସ୍
CEC ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କଲେ । ତେବେ CECଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେବାକୁ ECIଙ୍କୁ ନୋଟିସ୍ ଜାରି ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। CECଙ୍କ ବିରୋଧରେ ଅନ୍ୟ ୨ କମିଶନ ସଦସ୍ୟଙ୍କ ମତ ନ ନେଇ ନିଷ୍ପତ୍ତି ନେଉଥିବା ଅଭିଯୋଗ ହୋଇଥିଲା। ଯଦି CECଙ୍କ ନିଷ୍ପତ୍ତି ଏକପାଖିଆ ବୋଲି ପ୍ରମାଣ ମିଳେ, ତାହେଲେ ପ୍ରତ୍ୟାହାର ନିର୍ଦ୍ଦେଶ ଦେବୁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।
ସିଜେଆଇ କହିଛନ୍ତି ଯେ ନିର୍ବାଚନ କମିଶନଙ୍କ ବିଷୟରେ ଖବରକାଗଜ ରିପୋର୍ଟ ଶତ ପ୍ରତିଶତ ଠିକ୍, ଆଂଶିକ ସଠିକ୍ କିମ୍ବା ସମ୍ପୂର୍ଣ୍ଣ ଭୁଲ ହୋଇପାରେ। କୋର୍ଟ କେବଳ ସେହି ରିପୋର୍ଟ ଉପରେ ଆଧାର କରି କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ। .... ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ କହିଛନ୍ତି ଯେ ଆମକୁ ଠୋସ୍ ସୂଚନା ଆବଶ୍ୟକ। ଆମେ ନିର୍ବାଚନ କମିଶନଙ୍କଠାରୁ ଜବାବ ପାଇଁ ଏକ ନୋଟିସ ଜାରି କରିବୁ। ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯାଞ୍ଚ କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ....
CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
ଆସିଥିବା ଅଭିଯୋଗର ଜବାବ ଦେବାକୁ ECIଙ୍କୁ ନୋଟିସ୍ ଜାରି ହେବ
ଅନ୍ୟ ୨ କମିଶନ ସଦସ୍ୟଙ୍କ ମତ ନ ନେଇ ନିଷ୍ପତ୍ତି ନେଉଥିବା ଅଭିଯୋଗ
‘ଯଦି CECଙ୍କର ଏକପାଖିଆ ନିଷ୍ପତ୍ତିର ପ୍ରମାଣ ମିଳେ ପ୍ରତ୍ୟାହାର ନିର୍ଦ୍ଦେଶ ଦେବୁ’
‘ଆମକୁ ଠୋସ୍ ସୂଚନା ଆବଶ୍ୟକ, ECIକୁ ଜବାବ ପାଇଁ ଏକ ନୋଟିସ କରିବୁ’
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଆଜି ହୋଇଛି ଶୁଣାଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।