SEBC Reservation Row Escalates: ପୋଲିସ୍ ନିଯୁକ୍ତିରେ SEBC ସଂରକ୍ଷଣ ବିବାଦ, ରାଜଧାନୀରେ ତାତିଲେ ଶତାଧିକ ଆଶାୟୀ

Nov 03, 2026 - 20:06
SEBC Reservation Row Escalates: ପୋଲିସ୍ ନିଯୁକ୍ତିରେ SEBC ସଂରକ୍ଷଣ ବିବାଦ, ରାଜଧାନୀରେ ତାତିଲେ ଶତାଧିକ ଆଶାୟୀ

ପୋଲିସ୍ କନେଷ୍ଟବଲ୍ ନିଯୁକ୍ତି ପରୀକ୍ଷାରେ SEBC ସଂରକ୍ଷଣକୁ ନେଇ ତାତିଲେ ଶହ ଶହ ଚାକିରି ଆଶାୟୀ।

OUSSSCର ନିଯୁକ୍ତି ବିଜ୍ଞପ୍ତିକୁ ନେଇ ତେଜିଲା ବିବାଦ।

ଚଳିତ ବର୍ଷ Combined Uniformed Services Examination ବିଜ୍ଞପ୍ତିରେ SEBC ବର୍ଗ ପାଇଁ ସଂରକ୍ଷିତ ରହିଛି ମାତ୍ର ୨ ପ୍ରତିଶତ ପଦବି।

ଏପରିକି ହାତ ଗଣତି କିଛି ଜିଲ୍ଲାରେ SEBCଙ୍କ ପାଇଁ ଅଳ୍ପସଂଖ୍ୟକ ପଦବି ସଂରକ୍ଷିତ ଥିବା ବେଳେ ୨୦ରୁ ଅଧିକ ଜିଲ୍ଲା ପାଇଁ ଆଦୌ ପୋଷ୍ଟ ରିଜର୍ଭ ନାହିଁ।

ଆଶାୟୀଙ୍କ ଅଭିଯୋଗ, ପୂର୍ବ ନିଯୁକ୍ତିରେ SEBC ବର୍ଗରୁ ଅଧିକ ସଂଖ୍ୟକ ପ୍ରାର୍ଥୀଙ୍କୁ ସଂରକ୍ଷଣ ମିଳୁଥିଲା।

ମାତ୍ର ୧୦ ବର୍ଷ ପରେ ବାହାରିଥିବା OISF ଭଳି ପୋଲିସ୍ ଚାକିରିରେ ସୁଯୋଗ ନାହିଁ।

ପ୍ରତ୍ୟେକ ଜିଲ୍ଲା ଓ ବିଭାଗରେ SEBCଙ୍କ ପାଇଁ ଧାର୍ଯ୍ୟ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସଠିକ୍ ଭାବେ ଲାଗୁ କରିବାକୁ ଦାବି କରିଛନ୍ତି ଆଶାୟୀ।

କେବଳ ସଂରକ୍ଷଣ ନୁହେଁ, ବୟସ ସୀମାକୁ ନେଇ ମଧ୍ୟ ରହିଛି ଅସନ୍ତୋଷ।

Advertisment ଅଣ ସଂରକ୍ଷଣ ବର୍ଗରେ ଆବେଦନ କଲେ ସାଧାରଣ ବର୍ଗ ବୟସ ସୀମା ଲାଗୁ ହେଉଥିବାରୁ ଅନେକ SEBC ପ୍ରାର୍ଥୀ ଆବେଦନରୁ ବଞ୍ଚିତ ହେବେ ବୋଲି କହିଛନ୍ତି ଆଶାୟୀ।

ଯାହାକୁ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଶତାଧିକ ଆଶାୟୀ ଧାରଣାରେ ବସିବା ସହ କମିଶନ୍ ବିରୋଧରେ ପ୍ରତିବାଦ କରିଛନ୍ତି।

ଜବାବରେ OUSSSC ଅଧ୍ୟକ୍ଷ ରଶ୍ମିରଂଜନ ସ୍ବାଇଁ କହିଛନ୍ତି, ଆଇନର ଗଣ୍ଡି ଭିତରେ ରହି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି।

ସରକାର ଓ କୋର୍ଟଙ୍କ ନିୟମ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି।

ଏହାସହ ରୋଷ୍ଟର ଅନୁସାରେ କେଉଁଜିଲ୍ଲାରେ କେତେ ପଦବୀ ଖାଲି ରହିଛି ସେ ଅନୁଯାୟୀ SC ST ବିଭାଗର ସହମତିରେ ପଦବୀ ସୃଷ୍ଟି କରାଯାଇଛି।

କୌଣସି ଜିଲ୍ଲାରେ ଇଚ୍ଛାମୁତାବକ ପଦବି ବଢ଼ାଇବା କିମ୍ବା କମାଇବା ସମ୍ଭବ ନୁହେଁ।

Advertisment ରାଜ୍ୟ ସରକାରଙ୍କ ଦ୍ବାରା OUSSSC ଗଠନ ହେବାପରେ ୭ ହଜାରରୁ ଅଧିକ ପୋଲିସ୍ କନେଷ୍ଟବଳ ପାଇଁ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଛି।

ହେଲେ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ସଂରକ୍ଷଣ ଓ ବୟସ ସୀମାକୁ ନେଇ ଦେଖାଦେଇଥିବା ବିବାଦ ଆଗକୁ କେଉଁ ରୂପ ନେଉଛି ତା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।