Centre Approves Jagmohan Meena’s Resignation: ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, ଗ୍ରହଣ କଲେ କେନ୍ଦ୍ର ସରକାର

Sep 17, 2026 - 16:09
Centre Approves Jagmohan Meena’s Resignation: ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, ଗ୍ରହଣ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଏନେଇ ଆଜି ସୂଚନା ସାମ୍ନାକୁ ଆସିଛି।

୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା ଚଳିତ ବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଲ୍ ଇଣ୍ଡିଆ ସର୍ଭିସ୍‌ରୁ ଇସ୍ତଫା ଦେଇଥିବା କହିଥିଲେ। ତାଙ୍କ ଇସ୍ତଫା କୌଣସି ଚାପ କିମ୍ବା ବାହ୍ୟ ପ୍ରଭାବରେ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ।

ପ୍ରଥମେ ଜଗମୋହନ ମୀନାଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରି ଆବଶ୍ୟକ ପ୍ରକ୍ରିୟା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ। ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଇସ୍ତଫା ଗୃହୀତ ହୋଇଥିବା ରିପୋର୍ଟ ଆସିଛି।

ଜଗମୋହନ ମୀନା ପୂର୍ବରୁ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର SP ଭାବେ କାର୍ଯ୍ୟ କରିବା ସହ କଟକ DCP ମଧ୍ୟ ଥିଲେ। ପରେ ସେ ଭୁବନେଶ୍ୱର DCP ଭାବେ ଦାୟିତ୍ୱ ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।