Chalantika: ଚଳନ୍ତିକା: ଲୋକବିଜ୍ଞାନରେ ପାଣିପାଗର ପୂର୍ବାଭାସ
ଆଜିକାଲି ଭାରତୀୟ ଉପମହାଦେଶରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷାଋତୁ ଯେଭଳି ବିଚିତ୍ର ଅବସ୍ଥାରେ ଗତି କରୁଛି ତାହା ହୁଏତ ଅଦ୍ଭୁତ ମନେହେଉଥାଇ ପାରେ। କେଉଁ ବର୍ଷ କେତେ ପରିମାଣ ବର୍ଷା ହେବ? କେଉଁ ଦିନ ବର୍ଷା ହେବ ବା ନ ହେବ? ଲଘୁଚାପ ହେବ ନା ସାମୁଦ୍ରିକ ବାତ୍ୟା ହେବ? ଏଲ୍ନିନୋଜନିତ ପ୍ରଭାବ କେତେ ରହିବ ଓ ତାହାର ପରିଣାମ କ’ଣ ହେବ? ଏସବୁ ବିଷୟରେ ପାଣିପାଗ ବିଶେଷଜ୍ଞମାନେ ଦେଉଥିବା ପୂର୍ବାଭାସ ବ୍ୟର୍ଥ ମନେହେଉଛି।
ପାଣିପାଗ ବିଜ୍ଞାନୀମାନେ ଏତେସବୁ ପୂର୍ବାଭାସ ମନରୁ ଦେଉନାହାନ୍ତି। ଏଥିପାଇଁ ଅତ୍ୟାଧୁନିକ ସାଟେଲାଇଟ୍, ସୁପର୍କମ୍ପ୍ୟୁଟର୍, ସ୍ମାର୍ଟଫୋନ୍ ଆପ୍ ଆଦି ଉନ୍ନତଧରଣର ଉପକରଣ ଉଦ୍ଭାବନ କରାଯାଇଛି। ପୁଣି ଏବେ ପାଣିପାଗ ପୂର୍ବାଭାସ କ୍ଷେତ୍ରରେ ଏଆଇ ମଧ୍ୟ ଅନ୍ତର୍ଭୁକ୍ତ ହେଲାଣି। ପାଣିପାଗ ସମ୍ବନ୍ଧରେ ସମ୍ପୂର୍ଣ୍ଣ ନିର୍ଭୁଲ୍ ତଥ୍ୟ ଦେବାଲାଗି ଏସବୁ ଯନ୍ତ୍ରପାତି ସହାୟତାରେ ଦେଶ ଓ ବିଦେଶର ପାଣିପାଗ ବିଶେଷଜ୍ଞ ଓ ଗବେଷକମାନେ ଅନେକ ଗାଣିତିକ ମଡେଲ୍ ତିଆରି କରୁଛନ୍ତି। କିନ୍ତୁ, ଏଆଇ-ଆଧାରିତ ସୂଚନା ଉପକରଣ ସମେତ ନୂଆ ନୂଆ ପ୍ରଯୁକ୍ତି ଓ ମଡେଲ୍ ସବୁ ମଧ୍ୟ ବର୍ଷା ତୋଫାନ ସମ୍ବନ୍ଧୀୟ ଆଗୁଆ ସୂଚନା ଦେବାରେ ସମ୍ପୂର୍ଣ୍ଣ ନ ହେଲେ ବି ଆଂଶିକ ବ୍ୟର୍ଥ ହେଉଛନ୍ତି।
UN: ଜାତିସଂଘରେ ଭାରତର ପାଲଟା ପ୍ରହାର: ଆତଙ୍କବାଦ ପାଇଁ ପାକ୍ ପରିଣାମ ଭୋଗିବାକୁ ବାଧ୍ୟ
ଅବଶ୍ୟ ଏକଥା ସତ୍ୟ ଯେ ପ୍ରକୃତି ତା’ ନିଜ ନିୟମରେ ପରିଚାଳିତ। କେଉଁ ବର୍ଷ କେତେ ବର୍ଷା ହେବ ବା ନ ହେବ ତାହା ପ୍ରକୃତି ନିର୍ଦ୍ଧାରଣ କରେ। ତାହା ମଣିଷର ଚାହିଦା ଉପରେ ନିର୍ଭର କରେ ନାହିଁ। ଋତୁ, ବିଶେଷକରି ବର୍ଷାଋତୁ ଉପରେ ଚାଷବାସ ନିର୍ଭର କରୁଥିବାରୁ ଏବଂ ଏ ଋତୁରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଥିବାରୁ ଆଗୁଆ ସୂଚନା ଜାଣିବାକୁ ଲୋକେ ଆଗ୍ରହୀ ହେବା ସ୍ବାଭାବିକ। ପାଣିପାଗ ବିଭାଗ ଏବଂ ଆଧୁନିକ ଯନ୍ତ୍ରପାତି ଆସିବା ଆଗରୁ ଚାଷୀକୁଳ ପାଣିପାଗ ପାଇଁ ଜ୍ୟୋତିଷଶାସ୍ତ୍ର ଅଥବା ‘ସିଟିଜେନ୍ ସାଇନ୍ସ୍’ ବା ଲୋକବିଜ୍ଞାନ ଉପରେ ନିର୍ଭର କରୁଥିଲେ। ବର୍ଷ ବର୍ଷ ଧରି ଥରକୁ ଥର ପ୍ରାକୃତିକ ଘଟଣା ନିରୀକ୍ଷଣ କରି ସେଥିରୁ ମିଳିଥିବା ଅଭିଜ୍ଞତା ହେଉଛି ସିଟିଜେନ୍ ସାଇନ୍ସ୍। ଏ ବିଦ୍ୟା ମଣିଷ ସମାଜରେ ପରୁଷାନୁକ୍ରମେ ଗଡ଼ି ଚାଲୁଥିଲା। ପାଣିପାଗ ବିଷୟରେ ଆଗୁଆ ଆଭାସ ପାଇବା ପାଇଁ ସେମାନେ ପ୍ରକୃତି ଉପରେ ଦୃଷ୍ଟି ରଖୁଥିଲେ।
ସେମାନେ ଯାହା ସବୁ ନିରୀକ୍ଷଣ କରୁଥିଲେ ପିଢ଼ି ପରେ ପିଢ଼ି ତାହା ପରିମାର୍ଜିତ ହେଉଥିଲା। ଯେଉଁସବୁ ପ୍ରାକୃତିକ ଲକ୍ଷଣରୁ ପାଣିପାଗ ସଂକ୍ରାନ୍ତ ସଠିକ୍ ପୂର୍ବାଭାସ ବାରି ହେଉଥିଲା ସେଗୁଡ଼ିକୁ ସେମାନେ ଲିପିବଦ୍ଧ କରୁଥିଲେ। କଥିତ ଅଛି ଯେ, ସେଥିରୁ ଅଳ୍ପ ସମୟ ଆଗରୁ ଆଗୁଆ ସୂଚନା ମିଳୁଥିଲେ ବି ତାହା କେବେ ବ୍ୟର୍ଥ ହେଉ ନ ଥିଲା।
ଛେଳିମାନେ ଥରକୁ ଥର କାନ ହଲାଇବା, ରାତିସାରା ପେଚା ରାବିବା, ଲାଲ୍ରୁମିଆ ସଁବାଳୁଆ ତର ତର ହୋଇ ନିରାପଦ ଜାଗାକୁ ଯିବା ଅର୍ଥ ଅଳ୍ପ ସମୟ ପରେ ବର୍ଷା ହେବ। ବୈଜ୍ଞାନିକମାନେ ବି କହୁଛନ୍ତି ମଣିଷ ଜାଣିବାର ବହୁ ଆଗରୁ କୀଟପତଙ୍ଗମାନେ ମୁଣ୍ଡରେ ବାହାରି ଥିବା ଦୁଇଟି ନିଶ ଦ୍ବାରା ବାୟୁମଣ୍ଡଳର ଆର୍ଦ୍ରତା ଜାଣିପାରନ୍ତି। ସନ୍ଧ୍ୟା ବେଳେ ଚୁଲିରେ ରାନ୍ଧିବା ବେଳେ ବାହାରୁ ଥିବା ଧୂଆଁ ଯଦି ଶୀଘ୍ର ଆକାଶକୁ ନ ଉଠି ଧୀରେ ଧୀରେ ଉଠେ, ତେବେ ଜାଣିବ ପବନରେ ଆର୍ଦ୍ରତା ଅଛି। ଯଦି ମହୁମାଛିମାନେ ଚଞ୍ଚଳ ବସାକୁ ଫେରିଆସିଲେ, ବୁଢ଼ିଆଣୀମାନେ ତରବର ହୋଇ ଜାଲ ମରାମତି କଲେ ପାଗ ବଦଳିବ ବୋଲି ଜଣାପଡ଼ିଯାଏ।
Education: ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବ
ସେହିପରି କେତେକ ଉଦ୍ଭିଦରୁ ମଧ୍ୟ ପାଣିପାଗ ସମ୍ବନ୍ଧରେ ଆଭାସ ମିଳେ। ଉଦାହରଣ ସ୍ବରୂପ ପଳାଶଛୁଇଁର ତଳ ଭାଗରେ ଥିବା ମଞ୍ଜିଟି ଯଦି ବଡ଼ ହୋଇଥିବ ତା’ହେଲେ ମୌସୁମୀ ବର୍ଷା ଭୀଷଣ ହେବ। ଛୁଇଁ ମଝିରେ ଥିବା ମଞ୍ଜିଟି ବଡ଼ ହୋଇଥିଲେ ବର୍ଷାଋତୁ ମଝିଆଡ଼କୁ ପ୍ରବଳ ବର୍ଷା ହେବ। ଯଦି ଛୁଇଁର ଉପର ଭାଗରେ ଥିବା ମଞ୍ଜିଟି ବଡ଼ ହୋଇଥିବ ତେବେ ବର୍ଷାଋତୁ ଶେଷ ଆଡ଼କୁ ପ୍ରବଳ ବର୍ଷା ହେବ। ଯଦି ସବୁ ମଞ୍ଜିଗୁଡ଼ିକର ଆକାର ସମାନ ହୋଇଥିବା ତା’ହେଲେ ବର୍ଷା ସ୍ବାଭାବିକ ହେବ। ଏବେ ଯେଉଁ ମୌସୁମୀ ବର୍ଷାକାଳୀନ ଗୋଳମାଳିଆ ଅବସ୍ଥା ହେଉଛି ତାହା କୃଷି କ’ଣ ଅନ୍ୟାନ୍ୟ ଋତୁଗୁଡ଼ିକୁ ବି ପ୍ରଭାବିତ କରୁଛି। ସେଥିପାଇଁ ପ୍ରାଚୀନ ଭାରତର ବାରିଶାସ୍ତ୍ର କେତେକାଂଶରେ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବୈଜ୍ଞାନିକ ଓ ଗବେଷକମାନେ ବିଚାର କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।