Chameli Ojha Controversy: ଚାମେଲି ଓଝା ବିବାଦରେ ଆଜିଠୁ NHRC ତଦନ୍ତ, ଖୋଳତାଡ଼ କରିବ ଟିମ୍
ଆଜିଠୁ NHRCର ଚାମେଲି ତଦନ୍ତ। ତିଖିରି ସରପଞ୍ଚ ଚାମେଲି ଓଝା ଓ ମହାକାଳପଡ଼ା ବ୍ଲକ୍ ପ୍ରଶାସନ ମଧ୍ୟରେ ବିବାଦ ଘଟଣାର ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ। ଏନେଇ କେନ୍ଦ୍ରାପଡ଼ାରେ ପହଞ୍ଚିଛି NHRCର ୩ ଜଣିଆ ଟିମ୍ । ମହାକାଳପଡ଼ା ବ୍ଲକ୍ ଓ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିବ ଟିମ୍ । ଘଟଣା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବେ ଟିମ୍ ସଦସ୍ୟ। ଏହାପରେ ଅଭିଯୋଗକାରିଣୀ ଚାମେଲି ଓଝାଙ୍କୁ ଭେଟି ତାଙ୍କ ପକ୍ଷ ମଧ୍ୟ ଶୁଣିବେ।
ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲି ଓଝାଙ୍କ ସହ ମାରପିଟ୍ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଉଠିଥିଲା। ଘଟଣାକୁ ନେଇ ଚାମେଲି ଓଝାଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିଲା। ଏବେ ଘଟଣାର ସତ କଣ, କାହାର ଭୂମିକା କଣ ଏବଂ ଅଭିଯୋଗରେ କେତେ ସତ୍ୟତା ରହିଛି, ସେନେଇ ତଥ୍ୟ ଯାଞ୍ଚ କରିବ NHRC ଟିମ୍। ବିବାଦ ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି ପଚରାଉଚରା କରିବା ସହ ଘଟଣାର ବିଭିନ୍ନ ଦିଗ ଅନୁଧ୍ୟାନ କରିବ କମିଶନ୍। ଏନେଇ ତଦନ୍ତ ଉପରେ ରହିଛି ସମସ୍ତଙ୍କ ନଜର ।
ଆଜିଠୁ NHRCର ‘ଚାମେଲି’ ତଦନ୍ତ
କେନ୍ଦ୍ରାପଡାରେ NHRCର ୩ ଜଣିଆ ଟିମ୍
ଚାମେଲି ଓଝା-ପ୍ରଶାସନ ବିବାଦର ତଦନ୍ତ କରିବ ଟିମ୍
ଆଜି ଟିମ୍ ମହାକାଳପଡା ବ୍ଲକ୍ ଓ ଥାନାରେ ତଦନ୍ତ କରିବ
ପରେ ଟିମ୍ ସଦସ୍ୟ ଚାମେଲି ଓଝାଙ୍କୁ ଭେଟିବେ
ବିଡିଓଙ୍କ ଚାମ୍ବରରେ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି ଚାମେଲି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।