Charging Scooter Bursts Into Flames: ଚାର୍ଜରେ ବସିଥିଲା ସ୍କୁଟି, ହଠାତ୍ ଫାଟିଲା ବ୍ୟାଟେରୀ ଆଉ ଲାଗିଗଲା ନିଆଁ

Aug 12, 2026 - 14:15
Charging Scooter Bursts Into Flames: ଚାର୍ଜରେ ବସିଥିଲା ସ୍କୁଟି, ହଠାତ୍ ଫାଟିଲା ବ୍ୟାଟେରୀ ଆଉ ଲାଗିଗଲା ନିଆଁ

ଚାର୍ଜରେ ବସିଥିବା ବେଳେ ଜଳିଗଲା ସ୍କୁଟି। ବ୍ୟାଟେରୀ ଫାଟି ନିଆଁ ଲାଗିଥିବା ସୂଚନା। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ବଡ଼ଖୁରୀ ଗାଁର ପ୍ରେମଚାନ୍ଦ ଦାସଗୁପ୍ତାଙ୍କର ଇ ସ୍କୁଟି ଚାର୍ଜରେ ବାସିଥିବା ବେଳେ ବ୍ୟାଟେରୀ ଫାଟି ଯାଇଥିଲା। ଫଳରେ ସ୍କୁଟି ଟି ଜଳି ଯାଇଥିଲା।

ପରେ ପାଖରେ ଥିବା ଅନ୍ୟ ଏକ ପେଟ୍ରୋଲ୍ ସ୍କୁଟିରେ ନିଆଁ ଲାଗି ଜଳି ଉଠିଥିଲା। ଘରର କିଛି ଜିନିଷ ମଧ୍ୟ ପୋଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l

ଚାର୍ଜରେ ବସିଥିବା ବେଳେ ଜଳିଗଲା ସ୍କୁଟି
ବ୍ୟାଟେରୀ ଫାଟି ଜଳିଗଲା ସ୍କୁଟି
ସୋର ବଡ଼ଖୁରୀ ଗାଁର ପ୍ରେମଚାନ୍ଦ ଦାସଗୁପ୍ତାଙ୍କ ସ୍କୁଟିରେ ଅଗ୍ନିକାଣ୍ଡ
ଗୋଟିଏ ଇ-ସ୍କୁଟି ଓ ପେଟ୍ରୋଲ ସ୍କୁଟିରେ ଲାଗିଲା ନିଆଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।