CHC Junior Assistant Arrested କର୍ମଚାରୀଙ୍କ ୧ କୋଟି ୧୫ଲକ୍ଷ ଟଙ୍କା ଦରମା ଓ ଭତ୍ତା ହଡ଼ପ, ଫାସିମାଲ କିନିଷ୍ଠ ସହାୟକ ଗିରଫ
"ଭୁବନେଶ୍ବର: ନିଜର ସାଥୀ କର୍ମଚାରୀଙ୍କ ଦରମା, ଅଗ୍ରିମ ଭତ୍ତା, ବଳକା ଛୁଟିକୁ ନଗଦରେ ପରିଣତ କରିବା ବିଲ୍ରେ ହେରଫେର କରି ୧ କୋଟି ୧୫ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଫାସିମାଲ ଓ ଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର କନିଷ୍ଠ ସହାୟକ ମୀର ଇମ୍ତିଆଜ୍ ଅଲ୍ଲୀ ଆଜି (ମଙ୍ଗଳବାର) ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ଗିରଫ ହୋଇଛନ୍ତି।
Advertisment Dutika Sahu College fund ୭୪ଲକ୍ଷ ଟଙ୍କା ହଡ଼ପ କରି ଦୂତିକା ସାହୁ କଲେଜର ପୂର୍ବତନ ଅଧ୍ୟକ୍ଷ ବସନ୍ତ ନାୟକ ଗିରଫ ଭିଜିଲାନ୍ସ ବିଭାଗ ନିକଟରୁ ମିଳିଥିବା ସୂଚନାନୁସାରେ, ଆର୍ଥିକ ବର୍ଷ ୨୦୨୧-୨୨ ରୁ ୨୦୨୬-୨୭ ମଧ୍ୟରେ କର୍ମଚାରୀଙ୍କ ବକୟା ଦରମା, ବଳକା ଛୁଟିର ନଗଦ ପରିବର୍ତ୍ତନ ଅର୍ଥରାଶି ଓ ଅଗ୍ରିମ ଅବସରକାଳୀନ ଭତ୍ତା ଟଙ୍କାକୁ ହଡ଼ପ କରାଯାଇଥିଲା।
ଏଥିପାଇଁ ମିଥ୍ୟା ଅନ୍ଲାଇନ୍ ଓ ଅଫ୍ଲାଇନ୍ ବିଲ୍ ପ୍ରସ୍ତୁତ କରାଯାଇଥିଲା।
ହଡ଼ପ ଟଙ୍କା ମଧ୍ୟରୁ ଫାସିମାଲ ସିଏଚ୍ସିର ୭୦ଲକ୍ଷ ୫୭ ହଜାର ୪୫୦ଟଙ୍କା ନିଜର ବ୍ୟାଙ୍କ୍ ଜମାଖାତାକୁ ମୀର ଇମ୍ତିଆଜ୍ ଟ୍ରାନ୍ସଫର କରିଥିଲେ।
ସେହିଭଳି ବାମରା ବ୍ଲକର ଗୋବିନ୍ଦପୁର ସିଏଚ୍ସିର ୪୪ଲକ୍ଷ ୫୭ହଜାର ୮୯ଟଙ୍କା ମଧ୍ୟ ନିଜ ଆକାଉଣ୍ଟ୍କୁ ଟ୍ରାନ୍ସଫର କରିଥିଲେ। vigilance Case ୨୧ ଲକ୍ଷ ଟଙ୍କା ହଡ଼ପ କରି ପୂର୍ବତନ ସେବା ସମବାୟ ସମିତି ସମ୍ପାଦକ ଗିରଫ ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(କ) ଓ ବିଏନ୍ଏସ୍ର ଧରା ୩୧୬(୫)ରେ ନଂ ୧୪ ଓ ୧୫/୮-୯-୨୦୨୬ରେ ଦୁଇଟି ପୃଥକ୍ ମାମଲା ରୁଜୁ କରିବା ସହ ଦୁର୍ନୀତିଖୋର କର୍ମଚାରୀଙ୍କୁ ଗିରଫ କରିଛି।
ଆବଶ୍ୟକ ବିଧିବିଧାନ ପରେ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମାମଲାରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଓ ଅନ୍ୟ ଦିଗଗୁଡ଼ିକର ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।