Low pressure: ୧୧ରେ ବଙ୍ଗୋପସାଗରରେ ଲଘୁଚାପ
"ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୧ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପ୍ରଭାବରେ ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆକଳନ ଅନୁଯାୟୀ ବୁଧବାର ସକାଳ ସୁଦ୍ଧା ବାଲେଶ୍ବର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପରବର୍ତ୍ତୀ ୨୪ ଘଣ୍ଟାରେ ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ।
୧୦ ତାରିଖ ବେଳକୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
୧୧ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ବିଜୁଳି, ଘଡ଼ଘଡ଼ି ଓ ଝଡ଼ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।Advertisment Literary Water Weather: ସାହିତ୍ୟିକ ପାଣିପାଗ: "ଜାତୀୟକବି" ଦୁଇ, "ପଲ୍ଲୀକବି" ବି ଦୁଇ?
ଅନ୍ୟପକ୍ଷରେ ଗତ କିଛି ଦିନ ଧରି ରାଜ୍ୟରେ କ୍ରମାଗତ ଦୁର୍ବଳ ମୌସୁମୀ ପ୍ରବାହ ହେତୁ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।
ଆଜି ପୂର୍ବାହ୍ଣ ୧୧ଟା ୩୦ ସୁଦ୍ଧା ପୁରୀର ତାପମାତ୍ରା ୩୫.୪ ଡିଗ୍ରି ରହିଥିବା ବେଳେ ୫୦ ଡିଗ୍ରି ଭଳି ଅନୁଭୂତ ହେଉଥିଲା ଏବଂ ଆର୍ଦ୍ରତା ୬୬% ରହିଥିଲା।
ଗୋପାଳପୁର, ଚାନ୍ଦବାଲି, ଭୁବନେଶ୍ବର, ବାଲେଶ୍ବର, ପାରାଦୀପରେ ତାପମାତ୍ରା ୩୩ ଡିଗ୍ରି ଉପରେ ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା।
ଆଜି ଗୋପାଳପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରି ରହିଥିବା ବେଳେ ବାଲେଶ୍ବରରେ ୩୬.୫, ପାରଳାଖେମୁଣ୍ଡି ଓ ପୁରୀରେ ୩୬.୪, ଭୁବନେଶ୍ବରରେ ୩୫.୮, ଢେଙ୍କାନାଳରେ ୩୫.୫, କଟକରେ ୩୫.୪, ଯାଜପୁର ଓ ଛତ୍ରପୁରରେ ୩୫.୨, ଚାନ୍ଦବାଲି, ତାଳଚେର, ଟିଟିଲାଗଡ଼, ନୟାଗଡ଼, ଭଦ୍ରକ ଓ ବାରିପଦାରେ ୩୫ ଡିଗ୍ରି ରହିଥିଲା।
Rain: ତିନିଟି ପାଣିପାଗ ପ୍ରଣାଳୀ ସକ୍ରିୟ: ଉତ୍ତର ଭାରତରେ ପୁଣି ଭୀଷଣ ବର୍ଷା, ୫ ରାଜ୍ୟକୁ ଆଇଏମ୍ଡିର ସତର୍କତା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।