Chemical-Laced Chhena and Paneer Found: ଅପମିଶ୍ରିତ ଛେନା ଓ ପନିର ବିକ୍ରି ନେଇ ଚଢାଉ, ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ଜଣାପଡିଲା
ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର, ଛେନାକୁ ନେଇ ବଡ଼ ରେଡ୍ । କଟକ ପରେ ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍। ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗରେ ହୋଇଛି ରେଡ୍। ରାଜଧାନୀର ରବୀନ୍ଦ୍ର ମଣ୍ଡପ ନିକଟ ଓମଫେଡ ବୁଥରେ ଚଢାଉ କରିଥିଲା ଖାଦ୍ୟସୁରକ୍ଷା ବିଭାଗ। ଏପରିକି ପନିରରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ପରୀକ୍ଷା ବେଳେ ଧରା ପଡ଼ିଛି। ୫୦ କେଜିରୁ ଅଧିକ ଛେନାକୁ ଡଷ୍ଟବିନରେ ଫିଙ୍ଗା ଯାଇଛି। ଅପମିଶ୍ରିତ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି।
ସେପଟେ ବ୍ରହ୍ମପୁରରେ ମଧ୍ୟ ଖାଦ୍ୟ ନିରାପତ୍ତା ବିଭାଗର ରେଡ୍। ସହରର ବିଭିନ୍ନ ପନିର ଦୋକାନ ଉପରେ ଚଢାଉ ହୋଇଛି। ଖାସପା ସାହି ସ୍ଥିତ ଏକ ଦୋକାନ ଉପରେ ରେଡ୍ କରି ପନିର ଓ ଛେନା ଯାଞ୍ଚ କରାଯାଇଛି। ଛେନାରେ ଅପମିଶ୍ରଣ ମିଳିବା ପରେ ତାକୁ ନଷ୍ଟ କରାଯାଇଛି। ଦୁଇଟି ପ୍ୟାକେଟରେ ଛେନା ଥିବା ବେଳେ ତାହା ଆୟୋଡିନ ଟେଷ୍ଟରେ ଫେଲ୍ ମାରିଥିଲା।
ସେହିଭଳି ଆଗା ସାହି ଅଞ୍ଚଳରେ ୪ଟି ଦୋକାନ ଉପରେ ରେଡ୍ କରିଥିଲା ଖାଦ୍ୟ ନିରାପତ୍ତା ବିଭାଗ। ସେଠାରୁ ବହୁ ଛେନା ଓ ଖୁଆ ଅପମିଶ୍ରିତ ହୋଇଥିବା ଜାଣି ସେଗୁଡ଼ିକୁ ନଷ୍ଟ କରିଥିଲେ। ଦୋକାନୀକୁ ୭ଦିନିଆ ନୋଟିସ ସହ ଫୁଡ୍ ଲାଇସେନ୍ସ ରଦ୍ଦ କରାଯାଇଥିଲା। ଦୋକାନ ସଫା ରଖିବା, ଖାଦ୍ୟ ଘୋଡ଼ାଇ ରଖିବା ସହ ଉନ୍ନତ ମାନର ଖାଦ୍ୟ ବିକିବାକୁ ତାଗିଦ୍ କରାଯାଇଥିଲା।
କଟକ ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ
ଅପମିଶ୍ରିତ ଛେନା ଓ ପନିର ବିକ୍ରି ନେଇ ଚଢାଉ
୫୦ କେଜିରୁ ଅଧିକ ଅପମିଶ୍ରିତ ଛେନା ନଷ୍ଟ କରାଗଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।