Registration Deadline Looms: ଡେଡଲାଇନ୍ ଭିତରେ ପଞ୍ଜୀକରଣ ନହେଲେ ଧାନ ବିକ୍ରି ସମସ୍ୟା ଆଶଙ୍କା, ଚାଷୀ ଦେଉଛନ୍ତି ପରୀକ୍ଷା !
ଧାନ ବିକ୍ରି ପାଇଁ ପ୍ରଥମେ ପଞ୍ଜୀକରଣ। ହେଲେ ପଞ୍ଜୀକରଣ ପାଇଁ ହିଁ ଚାଷୀଙ୍କୁ ଏବେ ଦେବାକୁ ପଡୁଛି ପରୀକ୍ଷା। ଲ୍ୟାମ୍ପ ଆଗରେ ଲାଗୁଛି ଲମ୍ବା ଲାଇନ୍। ଆଉ ଏହି ଲାଇନରେ ଚାଷୀଙ୍କଠାରୁ ଅଧିକ ଦେଖାଯାଉଛି ବ୍ୟାଗ। କାମ ଛାଡ଼ି ଘଣ୍ଟା ଘଣ୍ଟା, ଏପରିକି ଦିନ ଦିନ ଧରି ଅପେକ୍ଷା କରୁଛନ୍ତି ଚାଷୀ। ତା' ଉପରେ ଆଉ ମାତ୍ର କିଛି ଦିନ ପରେ ପଞ୍ଜୀକରଣର ଡେଡଲାଇନ୍।
ଗତବର୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ନବରଙ୍ଗପୁରରେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିଛନ୍ତି ମାତ୍ର ପ୍ରାୟ ୨୦ ପ୍ରତିଶତ। ତେବେ ବାକି ଚାଷୀଙ୍କ ପଞ୍ଜୀକରଣ ହେବ କେମିତି ? ଡେଡଲାଇନ୍ ଭିତରେ ପଞ୍ଜୀକରଣ ହୋଇ ନପାରିଲେ ଧାନ ବିକ୍ରି ସମୟରେ ସମସ୍ୟା ହେବ। ଏହି ଆଶଙ୍କା ଏବେ ଚାଷୀଙ୍କୁ ଘରୁ ଲ୍ୟାମ୍ପ ଆଗକୁ ଟାଣି ଆଣିଛି।
ନବରଙ୍ଗପୁରରେ ଧାନ ବିକିବା ପୂର୍ବରୁ ପଞ୍ଜୀକରଣ ପରୀକ୍ଷା!
ବ୍ୟାଗ ଜଗୁଛି ଚାଷୀଙ୍କ ଜାଗା, ଲ୍ୟାମ୍ପ ଆଗରେ ଲମ୍ବା ଲାଇନ୍
ଡେଡଲାଇନ୍ ଭିତରେ ପଞ୍ଜୀକରଣ ନହେଲେ ଧାନ ବିକ୍ରି ସମସ୍ୟା ଆଶଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।