Chennai Digital Loan Robbery: ଲୁଟେରାଙ୍କ ଅଜବ ଲୁଟ୍ ! ଟଙ୍କା ନମିଳିବାରୁ ଯୁବକଙ୍କୁ ମୋବାଇଲ୍ ଆପ୍ରୁ ଲୋନ୍ କରାଇ ଲୁଟିନେଲେ
ପକେଟ୍ରେ ଟଙ୍କା ନଥିଲା ତଥାପି ଛାଡ଼ିଲେନି ଲୁଟେରା।
ଜୋର୍ ଜବରଦସ୍ତ ମୋବାଇଲ ଆପରୁ କରାଇଲେ ଲୋନ୍।
ATMରୁ ଲୋନ୍ ଟଙ୍କା ଲୁଟି ମାରିଲେ ଛୁ।ପକେଟ୍ରେ ଟଙ୍କା ନାହିଁ, ତଥାପି ଲୁଟେରାଙ୍କ ଟାର୍ଗେଟ୍ରୁ ବର୍ତ୍ତିଲେନି ଯୁବକ।
ଟଙ୍କା ନମିଳିବାରୁ ଜୋର୍ କରି ମୋବାଇଲ୍ ଆପ୍ରୁ ଲୋନ୍ କରାଇଲେ।
ଆଉ ଲୋନ୍ ଟଙ୍କା ମିଳିବା ପରେ ଏଟିଏମ୍ରୁ ଉଠାଇ ନେଇଗଲେ ଲୁଟେରା।
ଚେନ୍ନାଇର ପଲ୍ଲିକରଣାଇ ଅଞ୍ଚଳରୁ ଆସିଛି ଏଭଳି ଅଜବ ଲୁଟ୍ର ଖବର।
Advertisment ରିପୋର୍ଟ ଅନୁସାରେ, ୨୧ ବର୍ଷୀୟ ଅଜୟଙ୍କୁ ଚାରି ଜଣ ଯୁବକ ଏକ ଅଟୋରେ ଅପହରଣ କରିନେଇଥିଲେ।
ଟଙ୍କା ମାଗିବାରୁ ଅଜୟ ନିଜ ପାଖରେ ଟଙ୍କା ନଥିବା କହିଥିଲେ।
ଏଥିରେ ରାଗିଯାଇ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ୍ ଆପ୍ ଜରିଆରେ ଲୋନ୍ ପାଇଁ ଆବେଦନ କରାଇଥିଲେ ଅଭିଯୁକ୍ତ।
ଲୋନ୍ ମଞ୍ଜୁର ହେବା ପରେ ଏଟିଏମ୍ରୁ ୯ ହଜାର ୫୦୦ ଟଙ୍କା ଉଠାଇନେଇ ଫେରାର ହୋଇଯାଇଥିଲେ।
ଏହି ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି।
ଅପହରଣରେ ବ୍ୟବହୃତ ଅଟୋକୁ ମଧ୍ୟ ଜବତ କରାଯାଇଛି।
ଅଭିଯୁକ୍ତମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିବା ପୁଲିସ କହିଛି।
ଡିଜିଟାଲ୍ ଲୋନ୍କୁ ଅପରାଧର ମାଧ୍ୟମ କରିବାର ଏହି ଘଟଣା ସମସ୍ତଙ୍କୁ ସତର୍କ କରୁଛି।
କାରଣ ଜୋର୍ କରି ନିଆଯାଇଥିବା ଟଙ୍କା ଲୁଟେରାଙ୍କ ପକେଟ୍କୁ ଯାଉଛି, ହେଲେ ଲୋନ୍ ସୁଝିବାର ଦାୟିତ୍ୱ ପୀଡ଼ିତଙ୍କ ମୁଣ୍ଡରେ ପଡୁଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।