Cheque Bounce Case: ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଶେଷ ସୁଯୋଗ, ଜମା କରିବେ ୨ କୋଟି

Sep 15, 2026 - 18:07
Cheque Bounce Case: ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଶେଷ ସୁଯୋଗ, ଜମା କରିବେ ୨ କୋଟି

ସୁପ୍ରିମକୋର୍ଟ ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଚେକ୍ ବାଉନ୍ସ ମାମଲାରେ ଅତି କମ୍‌ରେ ୨ କୋଟି ଟଙ୍କା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଦୁଇ ସପ୍ତାହ ମଧ୍ୟରେ ଜମା କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଏହି ମାମଲା ଜଣେ ବ୍ୟକ୍ତିଗତ ଅଭିଯୋଗକାରୀଙ୍କ ସହ ଜଡ଼ିତ। ମୁରଲୀ ପ୍ରଡକ୍ସନ୍ସର ମାଲିକଙ୍କୁ ରାଜପାଲ ଯାଦବ ୫ କୋଟି ଟଙ୍କା ଦେବାକୁ ବାକି ରଖିଥିବା ଅଭିଯୋଗ ହୋଇଛି।

ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲାରେ ଅଭିନେତାଙ୍କ ପୂର୍ବ ଆଚରଣ ଭରସା ସୃଷ୍ଟି କରୁନାହିଁ। ତେବେ ରାଜପାଲଙ୍କ ଓକିଲ ଦୁଇ ସପ୍ତାହ ମଧ୍ୟରେ ଅତି କମ୍‌ରେ ୨ କୋଟି ଟଙ୍କା ଜମା କରିବେ ଏବଂ ବାକି ରାଶି ପାଇଁ ଜାମିନଦାର ଦେବେ ବୋଲି ଆଶ୍ୱାସନା ଦେବା ପରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଏହି ସମୟ ଦେଇଥିଲେ।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ କହିଥିଲେ, “ତାଙ୍କର ପୂର୍ବ ଆଚରଣକୁ ଦେଖିଲେ... ତାଙ୍କୁ କିଏ ବିଶ୍ୱାସ କରିବ? ବଲିଉଡ୍‌ରେ ନାଟକ ଓ ଅଭିନୟ କରିବାରେ ସେ ବହୁତ ଭଲ, ଏଠାରେ କୋର୍ଟରେ ମଧ୍ୟ ସେ ସେହି କାମ କରୁଛନ୍ତି।”

ଏହାସହିତ, ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରାଜପାଲ ଯାଦବଙ୍କୁ ଗିରଫରୁ ଦିଆଯାଇଥିବା ସୁରକ୍ଷାକୁ ସୁପ୍ରିମକୋର୍ଟ ବଢ଼ାଇଛନ୍ତି। ତେବେ ତାଙ୍କ ପାସପୋର୍ଟ ସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।