Four Factors That Went Against Dara Singh: ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ କାହିଁକି ଖାରଜ ହେଲା, ଜାଣନ୍ତୁ ପ୍ରମୁଖ କାରଣ
ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂହଙ୍କ ମୁକ୍ତି ଆବେଦନ ଖାରଜ। ଓଡ଼ିଶାର State Sentence Review Board ତାଙ୍କର ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛନ୍ତି। ସମାଜ ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଗକୁ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ଥିବା ଦର୍ଶାଇଛି ବୋର୍ଡ। ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିବା ବେଳେ ବୋର୍ଡର ନିଷ୍ପତ୍ତି ଆସିଛି।
୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଗାଡ଼ି ଭିତରେ ଶୋଇଥିବା ବେଳେ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାରା ସିଂହଙ୍କୁ ମୁଖ୍ୟ ଦୋଷୀ ଭାବେ ଦଣ୍ଡିତ କରାଯାଇଥିଲା। ୨୦୦୩ରେ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ CBI କୋର୍ଟ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ବି ତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ ବଜାୟ ରଖିଥିଲେ।
ଏବେ ଆସନ୍ତୁ ଜାଣିବା କାହିଁକି ଖାରଜ ହେଲା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ...
ପ୍ରଥମ କରାଣ - ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଶାନ୍ତି ଭଙ୍ଗ ହେବାର ଭୟ। ବୋର୍ଡ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ ଦାରା ସିଂଙ୍କୁ ଜେଲରୁ ମୁକ୍ତ କଲେ ସମାଜରେ ଏହାର ଖରାପ ପ୍ରଭାବ ପଡ଼ିପାରେ। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି। ...
ଦ୍ୱିତୀୟ କାରଣ - ଜେଲ ବାହାରେ ଉତ୍ତେଜନାମୂଳକ ନାରାବାଜି। ଗତ ଅଗଷ୍ଟ ୧୫ ତାରିଖରେ 'ଦାରା ସେନା'ର ପ୍ରାୟ ୨୦୦ ରୁ ୨୫୦ ସଦସ୍ୟ କେନ୍ଦୁଝର ଜିଲ୍ଲା ଜେଲ ବାହାରେ ଏକାଠି ହୋଇ ଉତ୍ତେଜନାପୂର୍ଣ୍ଣ ନାରାବାଜି କରିଥିଲେ। ଏହି ଘଟଣା ପ୍ରଶାସନ ଓ ବୋର୍ଡଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଅଧିକ ଚିନ୍ତିତ କରିଥିଲା।...
ତୃତୀୟ କାରଣ - ଜିଲ୍ଲା ପ୍ରଶାସନର ଅସ୍ପଷ୍ଟ ରିପୋର୍ଟ। ଜିଲ୍ଲା ପ୍ରଶାସନ ତାଙ୍କ ଶେଷ ରିପୋର୍ଟରେ ଦାରା ସିଂଙ୍କ ମୁକ୍ତି ନେଇ କୌଣସି ସ୍ପଷ୍ଟ ସୁପାରିଶ କରି ନଥିବା ସୂଚନା ମିଳିଛି। ବୋର୍ଡ ଏହି ରିପୋର୍ଟକୁ ଅନିଶ୍ଚିତ ବା ଅସମ୍ପୂର୍ଣ୍ଣ ବୋଲି ଗ୍ରହଣ କରି ମୁକ୍ତି ଆବେଦନକୁ ଖାରଜ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସମ୍ଭାବ୍ୟ ଚତୁର୍ଥ କାରଣ - ଏକାଧିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଦାରା ସିଂ। ସେ କେବଳ ଗ୍ରାହାମ୍ ଷ୍ଟେନ୍ସ ଓ ଦୁଇ ପୁଅଙ୍କ ହତ୍ୟାକାଣ୍ଡ ନୁହେଁ, ମୟୂରଭଞ୍ଜର କ୍ୟାଥୋଲିକ୍ ପାଦ୍ରି ଫାଦର ଆରୁଲ୍ ଦୋସ ଓ ବ୍ୟବସାୟୀ ଏସ.କେ ରହମାନଙ୍କ ହତ୍ୟା ମାମଲାରେ ୨୦୦୭ରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏକାଧିକ ଗମ୍ଭୀର ହତ୍ୟା ମାମଲାରେ ସଂପୃକ୍ତି ତାଙ୍କ ଆଗୁଆ ମୁକ୍ତିରେ ଏକ ବଡ଼ ପ୍ରତିବନ୍ଧକ ସାଜିଛି।
- ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଶାନ୍ତି ଭଙ୍ଗ ଭୟ
- ଦାରାଙ୍କୁ ମୁକ୍ତ କଲେ ସମାଜରେ ଖରାପ ପ୍ରଭାବ ପଡ଼ିପାରେ
- ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି
- କେନ୍ଦୁଝର ଜେଲ ବାହାରେ ଉତ୍ତେଜନାମୂଳକ ନାରାବାଜି
- ଅଗଷ୍ଟ ୧୫ରେ 'ଦାରା ସେନା'ର ଉତ୍ତେଜନାପୂର୍ଣ୍ଣ ନାରାବାଜି
- ଶେଷ ରିପୋର୍ଟରେ ଜିଲ୍ଲା ପ୍ରଶାସନର ଅସ୍ପଷ୍ଟ ରିପୋର୍ଟ
- ଏକାଧିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ
- ଏକାଧିକ ଗମ୍ଭୀର ହତ୍ୟା ମାମଲାରେ ସଂପୃକ୍ତିରେ ଦୋଷୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।