Chief Minister's Vigilance Cell Officer Found Dead: ଚାଞ୍ଚଲ୍ୟ! ହୋଟେଲ ରୁମ୍ରୁ ମିଳିଲା ଡିଏସ୍ପିଙ୍କ ମୃତଦେହ, ଛାନଭିନ ଆରମ୍ଭ
ଆସାମର ବୋଙ୍ଗାଇଗାଓଁ ଜିଲ୍ଲାର ଏକ ହୋଟେଲ ରୁମ୍ରୁ ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ କାର୍ଯ୍ୟରତ ଜଣେ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ ଅଧିକାରୀ ହେଉଛନ୍ତି ଖର୍ଗେଶ୍ୱର ରାଭା।
ଗୁରୁବାର ହୋଟେଲ ଜାହ୍ନବୀ ରିଜେନ୍ସିର ଏକ କୋଠରୀରୁ ତାଙ୍କ ମୃତଦେହ ମିଳିଥିବା ପୁଲିସ କହିଛି।
ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।
Advertisment ସୂଚନା ଅନୁଯାୟୀ, ଡିଏସ୍ପି ଖର୍ଗେଶ୍ୱର ରାଭା ଗତ ଅକ୍ଟୋବର ୧୮ ତାରିଖରେ ହୋଟେଲରେ ରହିବାକୁ ଆସିଥିଲେ।
କିନ୍ତୁ କିଛି ଦିନ ଧରି ହୋଟେଲ୍ ରୁମ ଭିତରୁ କୌଣସି ଗତିବିଧି ଜଣାପଡ଼ିନଥିଲା।
ଏହା ପରେ ରୁମ୍ ଭିତରୁ ଅସ୍ୱାଭାବିକ ଦୁର୍ଗନ୍ଧ ବାହାରିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା।
ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ହୋଟେଲରେ ପହଞ୍ଚି ହୋଟେଲ ରୁମରେ ଯାଞ୍ଚ କରିଥିଲେ।
ସେଠାରୁ ଆଂଶିକ ପଚିଯାଇଥିବା ଅବସ୍ଥାରେ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣା ସମ୍ପର୍କରେ ବୋଙ୍ଗାଇଗାଓଁର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସ୍ଏସ୍ପି) ନୁମଲ ମହାତୋ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡିଏସ୍ପିଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
କିନ୍ତୁ ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ହୋଟେଲର ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ ଏବଂ ହୋଟେଲର ଭିଜିଟର ଲଗ୍ ଯାଞ୍ଚ କରାଯାଉଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।