Child Labourers Rescued ବିନିକାର ହୋଟେଲ୍, ଢାବା ଓ ଗ୍ୟାରେଜ୍ରେ ଚଢ଼ାଉ: ୭ ଶିଶୁ ଶ୍ରମିକ ଉଦ୍ଧାର
ବିନିକା(ଅକ୍ଷୟ କୁମାର ପୂଜାହାରୀ): ଆଜି (ଗୁରୁବାର) ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ହେଲ୍ପଲାଇନ, ଶିଶୁକଲ୍ୟାଣ କମିଟି, ଶ୍ରମ ବିଭାଗ, ଏନଜିଓ ଓ ପୁଲିସର ମିଳିତ ଉଦ୍ୟମରେ ବିନିକା ବ୍ଳକ ସିଂଘିଯୁବା ବିନିକା ସହରରେ ଅବସ୍ଥାପିତ ହଟେଲ, ଗେରେଜ, ଢ଼ାବାରେ ଚଢ଼ାଉକରି ୭ ଶିଶୁ ଶ୍ରମିକ ଉଦ୍ଧାର କରିଛନ୍ତି ।
Advertisment child labour rescue ସୁନ୍ଦରଗଡ଼ରୁ ଶିଶୁ ଶ୍ରମିକ ଉଦ୍ଧାର, ଜଣେ ଗିରଫ ଉଦ୍ଧାର ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର କହିଛନ୍ତି, ଉଦ୍ଧାର ପରେ ସୁବର୍ଣ୍ଣପୁର ଶିଶୁ କଲ୍ୟାଣ ସମିତିରେ ଶିଶୁଙ୍କୁ ଉପସ୍ଥାପନା କରାଯାଇଥିଲା।
ସମିତିର ଅଧ୍ୟକ୍ଷ ଲୀନା ବାବୁ ଓ ସଦସ୍ୟ ବ୍ରଜେନ୍ଦ୍ର ବିଶିଙ୍କ ନିର୍ଦ୍ଦେଶ ପରେ ଶିଶୁମାନଙ୍କୁ ଉତ୍କଳ ବାଳାଶ୍ରମରେ ରଖାଯାଇଛି।
ଶିଶୁ ଶ୍ରମିକ ସମାଜର ଏକ କଳଙ୍କ ଓ ଅପରାଧ ମଧ୍ୟ, ଏଣୁ ଏଭଳି ଶିଶୁମାନଙ୍କୁ କେହି କାର୍ଯ୍ୟରେ ନିୟୋଜିତ କରିଥିଲେ ଟୋଲ୍ଫ୍ରି ୧୦୯୮କୁ ଫୋନ୍ କରିବାକୁ ସେ ଅନୁରୋଧ କରିଛନ୍ତି।
ଚଢ଼ାଉରେ ଶିଶୁ କଲ୍ୟାଣ କମିଟି ସଦସ୍ୟ କେଶବ ମେହେର, ବିନିକା ଅତିରିକ୍ତ ଶ୍ରମ ଅଧିକାରୀ ଚିନ୍ମୟ ମେହେର,ପୋ(ନିକ) ଡ଼ିସିପି ଗୈାତମ ମହାପାତ୍ର ବିନିକା ପୁଲିସ କର୍ମଚାରୀ ଓ ଏନଜିଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
୩ ବର୍ଷରେ ୧୦୧ ଶିଶୁ ଶ୍ରମିକ ଉଦ୍ଧାର: ନିଯୁକ୍ତି ଦାତାଙ୍କ ବିରୋଧରେ ୧୧୬ ମାମଲା ରୁଜୁ ସୂଚନାଯୋଗ୍ୟ, ପ୍ରତ୍ୟେକ ପଞ୍ଚାୟତ, ବ୍ଲକ, ଏପରିକି ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରିବା ଏବଂ ପ୍ରତି ୩ ମାସରେ ବୈଠକ କରାଯିବାର ବ୍ୟବସ୍ଥା ରହିଛି।
ଏହି ସବୁ ସରକାରୀ ଘୋଷଣା କେବଳ କାଗଜ କଲମରେ ସିମିତ ରହିଥିବା ହେତୁ ଏବେ ବିନିକା ଅଞ୍ଚଳରେ ବିଭିନ୍ନ ରାସ୍ତା ପାର୍ଶ୍ଵ ଢାବା, ଦୋକାନ, ମାଛ ମାର୍କେଟ, ଦୈନିକ ବଜାର, ହୋଟେଲ, ଏପରିକି କୁଚିଆ ମଦ ଦୋକାନରେ ଶିଶୁ ଶ୍ରମିକ ମଦ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।