Karwa Chauth Tragedy: ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କର୍ୱା ଚୌଥ ବ୍ରତ ରଖିଥିଲେ, ସେହି ସ୍ୱାମୀ ନେଇଗଲା ଜୀବନ!
ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ରଖିଥିଲେ କର୍ୱା ଚୌଥ ବ୍ରତ।
ହେଲେ ଯାହାଙ୍କ ପାଇଁ ଉପବାସ କରିଥିଲେ, ସେହି ସ୍ୱାମୀର ହାତରେ ହିଁ ଚାଲିଗଲା ଜୀବନ!
ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଆସିଛି ଏଭଳି ଏକ ଛାତିଥରା ଘଟଣା।
ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ ଆନନ୍ଦ ନିଜ ପତ୍ନୀ ମଧୁ ଶ୍ରୀବାସ୍ତବଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
Advertisment ସୂଚନା ଅନୁସାରେ, ଗୁରୁବାର ସକାଳେ ତ୍ୟାଗୀ ନଗର ଅଞ୍ଚଳରେ ଥିବା ନିଜ ଘରେ ଏହି ଘଟଣା ଘଟିଛି।
ମୁରାର ଥାନା ଅଧୀନ ଡିଫେନ୍ସ ସ୍କୁଲ ନିକଟରେ ରହୁଥିବା ଏହି ଦମ୍ପତିଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।
ପୁଲିସର କହିବା ଅନୁସାରେ, ପ୍ରଥମେ ଆନନ୍ଦ ମଧୁଙ୍କ ବେକ ଚିପିଥିଲା।
ପରେ ମସଲା ପେଷିବା ପାଇଁ ବ୍ୟବହୃତ ଏକ ଓଜନିଆ ବସ୍ତୁରେ ତାଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରେ ହିଁ ମଧୁଙ୍କ ମୃତ୍ୟୁ ହୋଇଥିଲା।
ନିଜେ ଫୋନ୍ କରି ଡାକିଲା ପୁଲିସକୁ ଘଟଣା ପରେ ଆନନ୍ଦ ନିଜେ ପୁଲିସକୁ ଫୋନ୍ କରିଥିବା କୁହାଯାଉଛି।
ପୁଲିସ ପହଞ୍ଚିବା ପରେ ହିଁ ସେ ଘରର କବାଟ ଖୋଲିବ ବୋଲି କହିଥିବା ସୂଚନା ମିଳିଛି।
ଘଟଣାସ୍ଥଳକୁ ପୁଲିସ ସହ ଯାଇଥିବା ପଡ଼ୋଶୀ ଆକାଶ ରାଣାଙ୍କ କହିବା ଅନୁସାରେ, ଘରେ ପହଞ୍ଚିବା ବେଳକୁ ମଧୁଙ୍କ ମୃତ୍ୟୁ ହୋଇସାରିଥିଲା।
Advertisment ପୁଲିସ ଆନନ୍ଦକୁ ହେପାଜତକୁ ନେଇ ପଚରାଉଚରା କରୁଛି।
ହତ୍ୟା ପଛରେ ପ୍ରକୃତ କାରଣ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ପୁଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି।
ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନ୍ସିକ୍ ଯାଞ୍ଚ ପରେ ମୃତ୍ୟୁର ସଠିକ୍ କାରଣ ସାମ୍ନାକୁ ଆସିବ।
ଏହି ଦମ୍ପତି ୨୦୧୦ରେ ପ୍ରେମ ବିବାହ କରିଥିଲେ।
ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ଘଟଣା ସମୟରେ ଉଭୟ ପିଲା ଘରେ ଥିବା ସହ ମଧୁଙ୍କ ଜଣେ ଯାଆ ମଧ୍ୟ ଅନ୍ୟ ଏକ କୋଠରୀରେ ଥିଲେ ବୋଲି ଜଣାପଡ଼ିଛି।
ହେଲେ କେହି ଚିତ୍କାର ଶୁଣିନଥିବା ପରିବାର ସଦସ୍ୟ କହିଛନ୍ତି।
ଏହି ବୟାନକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି।
କିଛି ପଡ଼ୋଶୀ ଆନନ୍ଦ ବେରୋଜଗାର ଥିବା ଓ ଘରେ ନିୟମିତ ପାଟିତୁଣ୍ଡ କରୁଥିବା ଅଭିଯୋଗ କରିଛନ୍ତି।
ପୂର୍ବରୁ ସେ ଏକ କୁକୁରକୁ ମଧ୍ୟ ମାରିଥିବା ଦାବି କରିଛନ୍ତି ପଡ଼ୋଶୀ।
ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଓ ହତ୍ୟା ପଛର କାରଣ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।