29 OCTOBER 2026

Welcome!

Unlock your personalized experience.
Sign Up

Judgement: ପଦୋନ୍ନତି ସଂପର୍କିତ ବିବାଦୀୟ ସର୍କୁଲାର ରଦ୍ଦ ରାୟ ବିରୋଧ‌ରେ ଦାୟର ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

Oct 29, 2026 - 22:13
Judgement: ପଦୋନ୍ନତି ସଂପର୍କିତ ବିବାଦୀୟ ସର୍କୁଲାର ରଦ୍ଦ ରାୟ ବିରୋଧ‌ରେ ଦାୟର ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ: ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରସଂଗ ନେଇ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିବାଦୀୟ ସର୍କୁଲାର ପ୍ରସଂଗରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସାନି ଶୁଣାଣି କରିବେ। ସର୍କୁଲାରକୁ ରଦ୍ଦ କରି ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୬, ଜାନୁଆରି ୨୨ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। 

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଗତ ୨୦୧୯ ଜୁନ ୨୬ରେ ପ୍ରସ୍ତୁତ (ସରକାରୀ ସେବାରେ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଏବଂ ପ୍ରଶାସନିକ ଦକ୍ଷତା ସମ୍ବନ୍ଧୀୟ ତଥ୍ୟ) ରିପୋର୍ଟ ଜଣିକିଆ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ସମୟରେ ଉପସ୍ଥାପନ କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ମାମଲାଗୁଡ଼ିକୁ ସାନି ବିଚାର ପାଇଁ ଜଣିକିଆ ବିଚାରପତିଙ୍କ ନିକଟକୁ ଫେରାଇଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ମାମଲା ଗୁଡ଼ିକର ସାନି ଶୁଣାଣି ସମୟରେ ଆବେଦନକାରୀ ଓ ପ୍ରତିପକ୍ଷ ସ୍ୱାଧୀନ ଭାବେ ନିଜ ନିଜ ପକ୍ଷ ରଖିପାରିବେ। ଆବଶ୍ୟକୀୟ ତଥ୍ୟ, କାଗଜପତ୍ର ଦାଖଲ କରି ଉଭୟ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଜାନୁଆରି ୨୨ର ରାୟ ଦ୍ବାରା ପ୍ରଭାବିତ ସରକାରୀ କର୍ମଚାରୀଙ୍କ ତରଫରୁ ଦାୟର ରିଟ ଅପିଲ ଗୁଡ଼ିକର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୧୫ଟି ରିଟ ଅପିଲର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

High Court: ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିନ୍ଦା : ହାଜତ ମିଆଦ ବୃଦ୍ଧି ବିରୋଧରେ ଆବେଦନ ପ୍ରତ୍ୟାହାର କଲେ

ମାମଲାର ବିବରଣୀରୁ ପ୍ରକାଶ, ୨୦୨୪, ମେ ୬ର ସର୍କୁଲାରେ କୁହାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କାଳରେ ସଂରକ୍ଷଣ ସୁବିଧା ହାସଲ କରି ଚାକିରିରେ ନିଯୁକ୍ତି ପାଇଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର କର୍ମଚାରୀ, ଅଣସଂରକ୍ଷିତ ବର୍ଗ ପାଉଁ ଉଦ୍ଦିଷ୍ଟ ପଦବିକୁ ମଧ୍ୟ ପଦୋନ୍ନତି ପାଇ ପାରିବେ। ଏହି ସର୍କୁଲାରକୁ ନେଇ ବିବାଦ ଦେଖା ଦେଇଥିଲା। ସରକାରଙ୍କ ଏହି ସର୍କୁଲାର ଦ୍ଵାରା ପଦୋନ୍ନତି ପ୍ରସଂଗରେ ଉପେକ୍ଷିତ ହୋଇଥିବା ଦର୍ଶାଇ ସାଧାରଣ ବର୍ଗ ଓ ଅନ୍ୟ ପଛୁଆ ବର୍ଗର କର୍ମଚାରୀମାନେ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ। ହାଇକୋର୍ଟ ଏ ସଂପର୍କିତ ୬୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି ଶେଷ କରି ୨୦୨୬, ଜାନୁଆରି ୨୨ରେ ରାୟ ପ୍ରକାଶ କରିଥିଲେ। ହାଇକୋର୍ଟ ସର୍କୁଲାର ସହିତ ୨୦୨୫, ଫେବ୍ରୁଆରି ୨୭ର ଚିଠିକୁ ରଦ୍ଦ କରିଥିଲେ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଜାନୁଆରି ୨୨ରାୟ ଦ୍ବାରା ପ୍ରଭାବିତ ସରକାରୀ କର୍ମଚାରୀଙ୍କ ତରଫରୁ ଏକାଧିକ ରିଟ ଅପିଲ ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।