Chilika Boat and Ferry Services Suspend: ସମ୍ଭାବ୍ୟ ବାତ୍ୟା ଆଶଙ୍କା, କାଲିଠୁ ୪ ଦିନ ପାଇଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ
କାଲିଠୁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ।
ସମ୍ଭାବ୍ୟ ବାତ୍ୟା ପାଇଁ ଚିଲିକାରେ ଯାତାୟାତ ଉପରେ କଟକଣା।
ଆସନ୍ତା ୨୬ ତାରିଖରୁ ୨୯ ତାରିଖ ଯାଏଁ ବନ୍ଦ ରହିବ ଡଙ୍ଗା ଚଳାଚଳ।
ଯାତ୍ରୀବାହୀ ଭସାପୋଲଠାରୁ ଆରମ୍ଭ କରି ପର୍ଯ୍ୟଟକ ଡଙ୍ଗା ଯାଏଁ ସବୁ ସେବାକୁ ବାତିଲ୍ କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି।
ଚିଲିକା ମଧ୍ୟରେ ଅବସ୍ଥିତ କୃଷ୍ଣପ୍ରସାଦ ବ୍ଲକ୍ ର ଅନେକ ଲୋକ ଯାତାୟାତ ପାଇଁ ଡଙ୍ଗା ଓ ଭସାପୋଲ ଉପରେ ନିର୍ଭର କରନ୍ତି।
Advertisment ତେଣୁ ବାତ୍ୟା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି।
ନଦୀଘାଟ ଓ ଜଳାଶୟ ଉପରେ ନଜର ରଖିବା ସହ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।