China research: ଚୀନରେ ଜାଲିଆତି ବିରୋଧରେ ବିଶାଳ ସାମରିକ-ଶିକ୍ଷାଗତ କାର୍ଯ୍ୟାନୁଷ୍ଠାନ

Sep 03, 2026 - 17:08
China research: ଚୀନରେ ଜାଲିଆତି ବିରୋଧରେ ବିଶାଳ ସାମରିକ-ଶିକ୍ଷାଗତ କାର୍ଯ୍ୟାନୁଷ୍ଠାନ

"ବେଜିଂ: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହେଉଥିବା ଜାଲିଆତି ଓ ଅନିୟମିତତା ବିରୋଧରେ ଚୀନ୍ ସରକାର ଅଭୂତପୂର୍ବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହି କ୍ରମରେ ୪ ଜଣ ପ୍ରସିଦ୍ଧ ଅଧ୍ୟାପକଙ୍କୁ ତାଙ୍କ ପଦବିରୁ ବହିଷ୍କାର କରାଯାଇଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ହସ୍ପିଟାଲର ୪୦ରୁ ଅଧିକ ଗବେଷକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

ଗବେଷଣା କ୍ଷେତ୍ରରେ ଅନୈତିକତା ଓ ଅସଦାଚରଣକୁ ରୋକିବା ପାଇଁ ରାଷ୍ଟ୍ରପତି ଶି ଜିନପିଙ୍ଗ ଦେଇଥିବା ଆହ୍ୱାନ ପରେ ଏହି ସର୍ବବୃହତ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି।Advertisment 'ନ୍ୟାସନାଲ ନାଚୁରାଲ ସାଇନ୍ସ ଫାଉଣ୍ଡେସନ୍ ଅଫ୍ ଚାଇନା' (ଏନଏସଏଫସି) ପକ୍ଷରୁ ଗତ ଅଗଷ୍ଟ ୨୬ ତାରିଖରେ ୩୧ଟି ନୂତନ ଜାଲିଆତି ମାମଲା ସମ୍ପର୍କରେ ବିବରଣୀ ପ୍ରକାଶ କରାଯାଇଥିଲା।

ଏହି ଘଟଣାରେ ପିଏଚଡି ଛାଡ଼ିଥିବା ପ୍ରସିଦ୍ଧ ବ୍ଲଗର 'ଷ୍ଟୁଡେଣ୍ଟ ଗେଙ୍ଗ୍' ଗତ ଏପ୍ରିଲ ମାସରେ ସୋସିଆଲ ମିଡିଆ ମାଧ୍ୟମରେ ୪ ଜଣ ବରିଷ୍ଠ ଅଧ୍ୟାପକଙ୍କ ଗବେଷଣାରେ ଜାଲିଆତି ନେଇ ପର୍ଦ୍ଦାଫାଶ କରିଥିଲେ।

ଏହି ୪ ଜଣ ଅଧ୍ୟାପକ ଦେଶର ସର୍ବୋଚ୍ଚ ବିଜ୍ଞାନ ସମ୍ମାନ 'ନ୍ୟାସନାଲ ସାଇନ୍ସ ଫଣ୍ଡ ଫର୍ ଡିଷ୍ଟିଙ୍ଗୁଇସଡ୍ ୟଙ୍ଗ୍ ସ୍କୋଲାର୍ସ' ପାଇସାରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩ ଜଣ ନିଜ ନିଜ ବିଭାଗର ଡିନ୍ କିମ୍ବା ଆସୋସିଏଟ୍ ଡିନ୍ ଭାବେ କାର୍ଯ୍ୟ କରୁଥିଲେ।

Arrested: ଜାଲିଆତି କରି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ, ବନ୍ଧା ହେଲେ ବାପ ପୁଅ ଗେଙ୍ଗଙ୍କ ଅଭିଯୋଗ ପରେ "ଏନଏସଏଫସି" ପକ୍ଷରୁ ନିଜ ଇତିହାସର ସବୁଠାରୁ ବଡ଼ ତଦନ୍ତ କରାଯାଇଥିଲା।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ୪ ଜଣ ଅଧ୍ୟାପକଙ୍କର ସମସ୍ତ ଅନୁଦାନ ଓ ଉପାଧିକୁ ରଦ୍ଦ କରାଯିବା ସହ ପୂର୍ବରୁ ଦିଆଯାଇଥିବା ୧୦ ନିୟୁତରୁ ଅଧିକ ୟୁଆନ୍ (ସରକାରୀ ପାଣ୍ଠି) ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ସେମାନଙ୍କୁ ଆଗାମୀ ୩ରୁ ୭ ବର୍ଷ ପର୍ଯ୍ୟନ୍ତ କୌଣସି ଗବେଷଣା ପାଣ୍ଠି ପାଇଁ ଆବେଦନ କରିବାରୁ ବଞ୍ଚିତ କରାଯାଇଛି, ଯାହାକୁ ଗବେଷକ ମହଲରେ ସେମାନଙ୍କ ଶିକ୍ଷାଗତ କ୍ୟାରିୟରର 'ମୃତ୍ୟୁଦଣ୍ଡ' ବୋଲି କୁହାଯାଉଛି।

ପୂର୍ବରୁ ପ୍ରମୁଖ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀରେ ଅଭିଭାଷଣ ଦେଇ ରାଷ୍ଟ୍ରପତି ଜିନପିଙ୍ଗ ଗବେଷଣା କ୍ଷେତ୍ରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ କଠୋର ନିୟମ ଓ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଥିଲେ।

ଚୀନ୍ ନିଜର ୧୫ତମ ପଞ୍ଚବାର୍ଷିକ ଯୋଜନା ଅଧୀନରେ ୨୦୨୬ରୁ ୨୦୩୦ ମଧ୍ୟରେ ବାର୍ଷିକ ଅନ୍ତତଃ ୭ ପ୍ରତିଶତ ହାରରେ ଗବେଷଣା ଓ ବିକାଶ ଖର୍ଚ୍ଚ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ବିଜ୍ଞାନ କ୍ଷେତ୍ରରେ ସରକାରୀ ଅନୁଦାନ ବୃଦ୍ଧି ପାଉଥିବା ବେଳେ ଏହି ଅର୍ଥର ଦୁରୁପଯୋଗ ଓ ଗବେଷଣା ଜାଲିଆତିକୁ ରୋକିବା ପାଇଁ ଚୀନ୍ ସରକାର ଏହିପରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।