Chinmay Sutar Scripts History in Ranji Trophy: ରଣଜୀ ଟ୍ରଫିରେ ନୂଆ କୀର୍ତ୍ତିମାନ, ୭୮ ବର୍ଷ ପରେ ଇତିହାସ ରଚିଲେ ଚିନ୍ମୟ
କ୍ରିକେଟ୍ ପଡ଼ିଆରେ ରନ୍ର ରେକର୍ଡ ବର୍ଷା! ୭୮ ବର୍ଷ ପରେ ରଣଜୀ ଟ୍ରଫିରେ ପୁଣି ଦେଖିବାକୁ ମିଳିଲା ୪୦୦ ରନ୍ର ଐତିହାସିକ ଇନିଂସ୍। ମିଜୋରାମର ବ୍ୟାଟର ଚିନ୍ମୟ ସୁତାର ନାଗାଲାଣ୍ଡ ବିପକ୍ଷରେ ୪୦୦ ରନ୍ କରି ରଚିଛନ୍ତି ନୂଆ ଇତିହାସ।
ସୋମବାର ଡିମାପୁରରେ ଖେଳାଯାଉଥିବା ରଣଜୀ ଟ୍ରଫି ୨୦୨୫-୨୬ ପ୍ଲେଟ୍ ମ୍ୟାଚ୍ରେ ସୁତାରଙ୍କ ବ୍ୟାଟ୍ରୁ ଝରିଥିଲା ରନ୍ର ବର୍ଷା। ତାଙ୍କ ମାରାଥନ୍ ଇନିଂସ୍ରେ ରହିଥିଲା ୪୬ଟି ଚୌକା ଓ ୭ଟି ଛକା। ତାଙ୍କ ଦମ୍ଦାର ବ୍ୟାଟିଂ ବଳରେ ମିଜୋରାମ ୯ ୱିକେଟ୍ରେ ୫୮୧ ରନ୍ କରି ପ୍ରଥମ ଇନିଂସ୍ ଘୋଷଣା କରିଛି।
ଏହା ସହ ୧୯୪୮ରେ ବିବି ନିମ୍ବାଲକରଙ୍କ ୪୪୩ ରନ୍ର ଅପରାଜିତ ଇନିଂସ୍ ପରେ ରଣଜୀ ଟ୍ରଫିରେ ୪୦୦ ରନ୍ କରିବାରେ ସୁତାର ହେଉଛନ୍ତି ଦ୍ୱିତୀୟ ବ୍ୟାଟର। ଏହାସହ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୪୦୦ ରନ୍ କରିବାରେ ସେ ବିଶ୍ୱର ଦଶମ ବ୍ୟାଟର ହୋଇଛନ୍ତି। ଏହି ଐତିହାସିକ ଇନିଂସ୍ ସହ ଚିନ୍ମୟ ସୁତାର କ୍ରିକେଟ୍ ଇତିହାସରେ ନିଜ ନାଁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି।
#ଚିନ୍ମୟ_ସୂତାରଙ୍କ_୪୦୦_ରନ୍_ରେକର୍ଡ
— ଓଟିଭି (@otvkhabar) October 19, 2026
-ରଣଜୀ ଟ୍ରଫି: ମିଜୋରାମ ବ୍ୟାଟର ଚିନ୍ମୟ ସୂତାରଙ୍କ ୪୦୦ ରନ୍ ରେକର୍ଡ
-ନାଗାଲାଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନ୍ର ଇନିଂସ ଖେଳିଲେ ସୂତାର
-୫୧୭ ବଲ୍ ଖେଳି ମାରିଲେ ୪୬ ଚୌକା ଓ ୭ ଛକ୍କା
-ଦ୍ବିତୀୟ କ୍ରିକେଟର ଭାବରେ ଘରୋଇ କ୍ରିକେଟରେ ସ୍କୋର କଲେ ୪୦୦ ରନ୍
-ଘରୋଇ କ୍ରିକେଟରେ ଦ୍ବିତୀୟ ସର୍ବାଧିକ… pic.twitter.com/aYB71bjuha
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।