CJP: ଆସାମ ବୈଠକ ପୂର୍ବରୁ ସିଜେପି ନେତା ଅଟକ
"ଗୁଆହାଟୀ: ଆସାମରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି।
ରାଜ୍ୟରେ ସଙ୍ଗଠନର ପ୍ରଥମ ଆଞ୍ଚଳିକ ସ୍ୱେଚ୍ଛାସେବୀ ବୈଠକ ଆୟୋଜନ ପୂର୍ବରୁ ଦଳର ସହ-ଆବାହକ ଆଶୁତୋଷ ରାଙ୍କାଙ୍କ ସମେତ ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କୁ ଆସାମ ପୁଲିସ ଅଟକ ରଖିଛି।
ଏହି କାର୍ଯ୍ୟାନୁଷ୍ଠାନ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ତୀବ୍ର ସମାଲୋଚନା କରି ରାଙ୍କା କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ସିଜେପିକୁ ଦେଖି ଡରି ଯାଇଛନ୍ତି ।
ଏହି ଭୟ ଯୋଗୁଁ ଏକ ବେସରକାରୀ ସ୍ଥାନରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ସମ୍ମିଳନୀ ପୂର୍ବରୁ ସେମାନଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି।Advertisment ଆହୁରି ପଢନ୍ତୁ :Wild Bee Attack ସୁନ୍ଦରଗଡ଼ରେ ବାଘୁଆ ମହୁମାଛି ଆକ୍ରମଣ: ମହିଳା ମୃତ, ସ୍ୱାମୀଙ୍କ ସମେତ ୨ ଗୁରୁତର ଆଶୁତୋଷ ରାଙ୍କା ନିଜ ଅଟକ ପରେ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଛନ୍ତି ଯେ ଆମେ ଆସାମର ପ୍ରକୃତ ସ୍ଥିତି ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଥିଲୁ।
ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ଦୁରବସ୍ଥା, କାଜିରଙ୍ଗାର ବାସ୍ତବତା ଏବଂ ଆସାମରେ ହେଉଥିବା ମନୁଷ୍ୟକୃତ ବନ୍ୟା ପରିସ୍ଥିତିର ରହସ୍ୟ ଖୋଲିବା ଆମର ଉଦ୍ଦେଶ୍ୟ ଥିଲା।
ମୁଖ୍ୟମନ୍ତ୍ରୀ ପୁଲିସ ଲଗାଇ ଆମ ସଦସ୍ୟମାନଙ୍କୁ ଧମକ ଦେବା ସହ ଅଟକ ରଖିଛନ୍ତି।
କିନ୍ତୁ ଏଭଳି ଭୟଭୀତକରିବା ସହଜ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।
ସଙ୍ଗଠନର ସ୍ଥିତି ମଜବୁତ କରିବା ପାଇଁ ଶନିବାର ସେ ଗୁଆହାଟୀରେ ପହଞ୍ଚି ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିବାର ଚିଠା ପ୍ରସ୍ତୁତ କରିଥିଲେ।
ଆହୁରି ପଢନ୍ତୁ :Crocodile sighting: ମହେନ୍ଦ୍ରତନୟାରେ କୁମ୍ଭୀର ଦୃଶ୍ୟମାନ!
ଅନ୍ୟ ନଦୀରୁ ଆସିଥିବା ନେଇ ଚର୍ଚ୍ଚା ରାଙ୍କା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ବୈଠକ ସ୍ଥଳକୁ ଯାଉଥିବା ସମସ୍ତ ରାସ୍ତାକୁ ପୁଲିସ ପକ୍ଷରୁ ଦୁଇ ପାର୍ଶ୍ୱରୁ ବାରିକେଡ୍ କରାଯାଇ ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା।
ଆସାମ ପୁଲିସ ଲୁହବୁହା ଗ୍ୟାସ ସହ ସେଠାରେ ମୁତୟନ ଥିଲା ଏବଂ କୌଣସି ସଦସ୍ୟଙ୍କୁ ସମ୍ମିଳନୀ ସ୍ଥଳକୁ ଯିବାକୁ ଅନୁମତି ଦିଆଯାଇନଥିଲା।
ଏହି ଘଟଣାକୁ ନେଇ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି।
ସେଅଭିଯୋଗ କରିଛନ୍ତି ଯେ ଆସାମ ପୁଲିସ ରାଙ୍କା ଏବଂ ତାଙ୍କ ଟିମ୍କୁ ଅଟକ ରଖି କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି।
ଦଳ ପକ୍ଷରୁ ସମସ୍ତ ଗିରଫ କର୍ମୀଙ୍କ ତୁରନ୍ତ ମୁକ୍ତି ଦାବି କରାଯିବା ସହ ଆସାମରେ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।