CJP leaders released: ବର୍ଷେ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକୁଳିଲେ ସିଜେପିର ୩ ନେତା

Oct 12, 2026 - 00:36
CJP leaders released: ବର୍ଷେ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକୁଳିଲେ ସିଜେପିର ୩ ନେତା

"ନୂଆଦିଲ୍ଲୀ: ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଓ ଉତ୍ତମ ଆଚରଣ ବଜାୟ ରଖିବା ସର୍ତ୍ତରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ତିନି ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଅଶୁତୋଷ ରାଙ୍କା ରବିବାର ମୁକ୍ତ ହୋଇଛନ୍ତି।

ଦିଲ୍ଲୀର ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର ହେବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

ଏଥିପାଇଁ ତିନି ଜଣଙ୍କୁ ୫୦ ହଜାର ଟଙ୍କାର ଜାମିନ ବଣ୍ଡ୍‌ ଦାଖଲ କରିବାକୁ ପଡ଼ିଛି।Advertisment ସିଜେପିର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀ ପୁଲିସ ମଧ୍ୟ କହିଛି ଯେ ତିନି ନେତାଙ୍କୁ ଅକ୍ଟୋବର ୧୦ରେ ଅଟକ ରଖାଯାଇଥିଲା ଏବଂ ରବିବାର ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା।

ଅକ୍ଟୋବର ୧୦ରେ ମୁମ୍ବାଇରୁ ଦିଲ୍ଲୀ ଆସିଥିବା ଏକ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପୁଲିସ ତିନି ନେତାଙ୍କୁ ବିମାନ ଭିତରୁ ଅଟକ ରଖିଥିଲା।

ଦିଲ୍ଲୀର ଯନ୍ତରମନ୍ତରଠାରେ ହେବାକୁ ଥିବା ପ୍ରତିବାଦରେ ଯୋଗଦେବା ପାଇଁ ସେମାନେ ଆସିଥିଲେ।

ପରେ ସେମାନଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୨୬ ଓ ୧୭୦ ଅନୁଯାୟୀ ଶାନ୍ତି ବଜାୟ ରଖିବା ଏବଂ ସମ୍ଭାବ୍ୟ ଅପରାଧ ରୋକିବା ଉଦ୍ଦେଶ୍ୟରେ ପଦକ୍ଷେପ ନିଆଯାଇଥିଲା।

ସିଜେପି ପ୍ରତିବାଦକୁ ରୋକିବା ପାଇଁ ଶନିବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଯନ୍ତରମନ୍ତରରେ ପହଞ୍ଚିବାକୁ ଉଦ୍ୟମ କରୁଥିବା ହଜାର ହଜାର ପ୍ରତିବାଦକାରୀଙ୍କୁ ପୁଲିସ ଅଟକ ରଖିଥିଲା।

ସେମାନଙ୍କ ମଧ୍ୟରେ କେତେକ ବିରୋଧୀ ଦଳର ନେତା ମଧ୍ୟ ଥିଲେ।

ରବିବାର ମଧ୍ୟ ସିଜେପି ପକ୍ଷରୁ ପ୍ରତିବାଦ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିବାରୁ ରାଜଧାନୀରେ ସୁରକ୍ଷା କଟକଣା ବଳବତ୍ତର ରହିଥିଲା।

Supreme Court: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ସେବା ଚାଲୁକର: ସିଜେପି ବିରୋଧ ମଧ୍ୟରେ ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।