CJP Vows Daily March to Jantar Mantar: ନୂଆଦିଲ୍ଲୀରେ CJP ଆନ୍ଦୋଳନ ତୀବ୍ର, ୭ ହଜାରରୁ ଅଧିକ ଅଟକ

Oct 11, 2026 - 08:46
CJP Vows Daily March to Jantar Mantar: ନୂଆଦିଲ୍ଲୀରେ CJP ଆନ୍ଦୋଳନ ତୀବ୍ର, ୭ ହଜାରରୁ ଅଧିକ ଅଟକ

ନୂଆଦିଲ୍ଲୀର ଜନ୍ତରମନ୍ତରରେ CJPର ଆନ୍ଦୋଳନ ଆଜି ବି ଜାରି ରହିପାରେ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIR ପ୍ରକ୍ରିୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କକରୋଚ୍ ଜନତା ପାର୍ଟି। ସିଇସି ଇସ୍ତଫା ନଦେବା ଯାଏ ପ୍ରତିଦିନ ଜନ୍ତରମନ୍ତରକୁ ମାର୍ଚ୍ଚ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ସିଜେପି ନେତା ଆଜିଙ୍କ୍ୟ ସିନ୍ଦେ। ସେପଟେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଏବଂ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଛାଡି ଅନ୍ୟ ସମସ୍ତ ଅଟକଙ୍କୁ ପୋଲିସ ଛାଡିଦେଇଥିବା ସୂଚନା ମିଳିଛି। 

ସେପଟେ ପରିଚିତ ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡିଛି।ତେଣେ ଆନ୍ଦୋଳନକୁ ନେଇ ତେଜିଛି ରାଜନୀତି। ଅଟକ ଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଛାଡିଛି ପୋଲିସ। ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ। କହିଛନ୍ତି, CJP ଆମ ଆଦମୀ ପାର୍ଟି ପାଇଁ ଛାୟା ଯୁଦ୍ଧ କରୁଛି। 

ଆପ୍ ଓ ଟିଏମସି ଭଳି ପରାଜିତ ଓ ନିରାଶ ନେତା ମାନେ ରାଜପଥ ଆନ୍ଦୋଳନକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, କେଜରିୱାଲ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଦିଲ୍ଲୀ ବାସୀଙ୍କୁ ବ୍ୟବହାର କରୁଛନ୍ତି, ଅରାଜକତାକୁ ଉସୁକାଉଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।