CJP: ବିଦେଶୀ ପାଣ୍ଠି ଅଭିଯୋଗକୁ ଖଣ୍ଡନ କଲେ ସୌରଭ ଦାସ
ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ଅଭିଯୋଗକୁ ଖଣ୍ଡନ କରିଛନ୍ତି କକ୍ରୋଚ୍ ଜନତା ପାର୍ଟି ( ସିଜେପି ) ନେତା ସୌରଭ ଦାସ।
ଏହି ପ୍ରସଙ୍ଗରେ ସେ ଶୁକ୍ରବାର ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱରରେ ଏକ ଅଡିଓ ସେୟାର କରି ଅଭିଯୋଗକୁ ଭ୍ରମାତ୍ମକ ବୋଲି କହିଛନ୍ତି।
ଏଥିସହ ଏହାର ଆଧାର ଓ ପ୍ରମାଣ ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛନ୍ତି।
Advertisment ଅଡିଓରେ ମୋଦୀଙ୍କ ସ୍ୱରରେ କୁହାଯାଇଛି, ମୁଁ ଆପଣଙ୍କ ବିଶ୍ଳେଷଣ କିମ୍ବା ତଥ୍ୟ ସହ ସହମତ ନୁହେଁ।
ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ସୂଚନା।
ଏଭଳି ତଥ୍ୟ ଆପଣ କେଉଁଠୁ ପାଇଲେ ମୁଁ ଜାଣିନାହିଁ।
ଦାସ କହିଛନ୍ତି, ବିଦେଶୀ ପାଣ୍ଠି ନେଇ ଲଗାଯାଇଥିବା ଅଭିଯୋଗର କୌଣସି ଆଧାର ନାହିଁ।
ସରକାର ଏଯାଏଁ ଏହାର ସମର୍ଥନରେ କୌଣସି ପ୍ରମାଣ ଦେଇନାହାନ୍ତି।
ଆହୁରି ପଢନ୍ତୁ: Nuapada NAC Fund Fraud ନୂଆପଡ଼ା ଏନଏସିରେ ଜାଲିଆତି: ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ କରି ୨୧ ଲକ୍ଷ ଟଙ୍କା ଖାଇଗଲେ ସହକାରୀ ହିସାବ ରକ୍ଷକ ପ୍ରକାଶ ଯେ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସିଜେପିର ଯୁବ ଆନ୍ଦୋଳନକୁ ବିଦେଶୀ ପାଣ୍ଠି ମିଳୁଥିବା ଅଭିଯୋଗ କରିଥିଲେ।
ବିଦେଶୀ ସୂତ୍ର, ଡିପ୍ ଷ୍ଟେଟ୍ ସହ ଜଡ଼ିତ ବ୍ୟକ୍ତି ଏବଂ ଭାରତ ବିରୋଧୀ ସଂଗଠନ ଏହି ଆନ୍ଦୋଳନକୁ ଆର୍ଥିକ ସହାୟତା ଦେଉଥିବା ସେ ଦାବି କରିଥିଲେ।
ଏଥିସହ ସିଜେପି ନେତା ଅଭିଜିତ ଦୀପକେଙ୍କୁ ଆମେରିକାରେ ରହୁଥିବା ବ୍ୟକ୍ତି ଏବଂ ଆଶୁତୋଷ ରାଙ୍କାଙ୍କୁ ପାକିସ୍ତାନୀ ନେତାଙ୍କଠାରୁ ଆର୍ଥିକ ସହାୟତା ମିଳୁଥିବା ସେ ଅଭିଯୋଗ କରିଥିଲେ।
ଆହୁରି ପଢନ୍ତୁ: Balangir ITI Principal Caught ଚାକିରି ଛଡ଼େଇ ନେବି ବୋଲି ଧମକ ଦେଇ ନେଉଥିଲେ ୩୦,୦୦୦ ଟଙ୍କା ଲାଞ୍ଚ, ଧରାପଡ଼ିଗଲେ ବଲାଙ୍ଗୀର ଆଇଟିଆଇ ଅଧ୍ୟକ୍ଷ ଦାସ କହିଛନ୍ତି, ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ହିଁ ଏହା ବିରୋଧରେ ନକାରାତ୍ମକ ପ୍ରଚାର ଆରମ୍ଭ ହୋଇଥିଲା।
ଦକ୍ଷିଣପନ୍ଥୀ ଗୋଷ୍ଠୀ ଓ କଟ୍ଟରପନ୍ଥୀ ନେଟ୍ୱର୍କ ପୂର୍ବରୁ ଏହି ଆନ୍ଦୋଳନକୁ ବଦନାମ କରିବାକୁ ଉଦ୍ୟମ କରୁଥିଲେ।
ଏବେ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ସମାନ ଅଭିଯୋଗ ଦୋହରାଉଥିବା ଦୁର୍ଭାଗ୍ୟଜନକ।
୪ରୁ ୫ ମାସ ବିତିଯାଇଥିଲେ ମଧ୍ୟ କୌଣସି ପ୍ରମାଣ ଦିଆଯାଇନାହିଁ ବୋଲି ଦାସ ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।