Erdogan: ମକ୍କା ଚୁକ୍ତିକୁ ନେଇ ଅଡ଼ୁଆରେ ଏର୍ଡୋଗାନ୍: ସରକାରଙ୍କୁ ଘେରିଲେ ବିରୋଧୀ ସାଂସଦ
ଅଙ୍କାରା: ପାକିସ୍ତାନ ଓ ସାଉଦି ଆରବ ସହ ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି କରି ଅଡ଼ୁଆରେ ପଡ଼ିଛନ୍ତି ତୁର୍କୀ ରାଷ୍ଟ୍ରପତି ରେଚେପ୍ ତୈୟପ୍ ଏର୍ଡୋଗାନ୍।
ଏହି ଚୁକ୍ତିକୁ ନେଇ ତୁର୍କୀ ସଂସଦରେ ଗୁରୁବାର ହୋଇଥିବା ଆଲୋଚନା ଓ ଭୋଟିଂ ସମୟରେ ବିରୋଧୀ ସାଂସଦମାନେ ସରକାରଙ୍କୁ ଘେରିଛନ୍ତି।
ବିଶେଷକରି ଭବିଷ୍ୟତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ତୁର୍କୀ କ'ଣ ପାକିସ୍ତାନ ପକ୍ଷରୁ ଯୁଦ୍ଧରେ ସାମିଲ ହେବ କି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
Advertisment ତୁର୍କୀର ବିରୋଧୀ ଦଳ ଡେମ୍ ପାର୍ଟିର ଉପନେତା ଗୁଲିସ୍ତାନ କିଲିକ୍ କୋସିଗିତ୍ କହିଛନ୍ତି, ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ତାହାକୁ ତୁର୍କୀ ଉପରେ ଆକ୍ରମଣ ବୋଲି ଧରାଯିବ କି?
ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନର ଶତ୍ରୁତା ରହିଛି।
ଉଭୟ ଦେଶ ପରମାଣୁ ଶକ୍ତିସମ୍ପନ୍ନ।
ଏଭଳି ସ୍ଥିତିରେ ପାକିସ୍ତାନ ସହାୟତା ମାଗିଲେ ତୁର୍କୀ କିଭଳି ନିଷ୍ପତ୍ତି ନେବ ଏବଂ କିଏ ଏହା ସ୍ଥିର କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆହୁରି ପଢନ୍ତୁ: Nuapada NAC Fund Fraud ନୂଆପଡ଼ା ଏନଏସିରେ ଜାଲିଆତି: ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ କରି ୨୧ ଲକ୍ଷ ଟଙ୍କା ଖାଇଗଲେ ସହକାରୀ ହିସାବ ରକ୍ଷକ ଏର୍ଡୋଗାନ୍, ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଅଗଷ୍ଟ ୭ରେ ମକ୍କାରେ ଏହି ୧୬ ଧାରା ବିଶିଷ୍ଟ ଚୁକ୍ତି ସ୍ୱାକ୍ଷର କରିଥିଲେ।
ଗୁରୁବାର ତୁର୍କୀ ସଂସଦରେ ଏହାକୁ ୨୭୯ ଜଣ ସାଂସଦ ସମର୍ଥନ କରିଥିବା ବେଳେ ୧୧୯ ଜଣ ବିରୋଧ କରିଥିଲେ।
ଏହି ଚୁକ୍ତି ଅନୁସାରେ, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ ତାହାକୁ ଅନ୍ୟ ଦୁଇ ଦେଶ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ।
ଏଥିରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ, ସାମରିକ ସହଯୋଗ ଓ ପ୍ରତିରକ୍ଷା ଶିଳ୍ପରେ ସହଭାଗିତାର ବ୍ୟବସ୍ଥା ରହିଛି।
ବିରୋଧୀଙ୍କ ଆଶଙ୍କାର ଜବାବ ଦେଇ ସଂସଦର ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ଫୁଆତ୍ ଓକ୍ତାୟ କହିଛନ୍ତି, ତୁର୍କୀକୁ ତା'ର ଇଚ୍ଛା ବିରୋଧରେ କୌଣସି ଯୁଦ୍ଧରେ ସାମିଲ କରାଯାଇପାରିବ ନାହିଁ।
ବିଦେଶକୁ ସେନା ପଠାଇବା ପାଇଁ ସଂସଦର ପୃଥକ୍ ଅନୁମତି ଆବଶ୍ୟକ।
ତେଣୁ ଏହି ଚୁକ୍ତି ଗୃହୀତ ହେବା ମାତ୍ରେ ତୁର୍କୀ ସେନା ଯୁଦ୍ଧକୁ ଯିବ ନାହିଁ।
ଅନ୍ୟପକ୍ଷରେ, ବିରୋଧୀ ସାଂସଦମାନେ ତୁର୍କୀ ସେନାକୁ ୟେମେନ୍ରେ ନିୟୋଜିତ କରାଯିବା ଆଶଙ୍କା ମଧ୍ୟ ଉଠାଇଛନ୍ତି।
ଇରାନ ସହ ତୁର୍କୀର ସୀମା ଲାଗିଥିବାରୁ ଏହି ଚୁକ୍ତି ଆଞ୍ଚଳିକ ସଂଘର୍ଷକୁ ବଢ଼ାଇପାରେ ବୋଲି ସେମାନେ ଚେତାଇଛନ୍ତି।
ତେବେ ତୁର୍କୀ ସରକାର ଏହାକୁ କେବଳ ପ୍ରତିରକ୍ଷାମୂଳକ ଚୁକ୍ତି ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।