CM Mohan Charan Majhi Felicitates Hockey Teams: ରାଜଧାନୀରେ ହକି ତାରକାଙ୍କ ଜଲୱା, ସ୍ୱର୍ଣ୍ଣ ବିଜେତାଙ୍କୁ ଭବ୍ୟ ସ୍ୱାଗତ

Oct 16, 2026 - 22:21
CM Mohan Charan Majhi Felicitates Hockey Teams: ରାଜଧାନୀରେ ହକି ତାରକାଙ୍କ ଜଲୱା, ସ୍ୱର୍ଣ୍ଣ ବିଜେତାଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ବରରେ ହକି ଗୋଲଡେନ୍ ଷ୍ଟାର୍। ରାଜଧାନୀରେ ରୋଡ୍ ଶୋ’ରେ ଝଲସିଲା ହକି କ୍ରେଜ୍ । ଖେଳାଳିଙ୍କୁ ଦେଖିବାକୁ ଜମିଲା ଭିଡ଼ । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଏସିଆନ୍ ଗେମ୍ସରେ ଚମକପ୍ରଦ ପ୍ରଦର୍ଶନ ସହ ସ୍ବର୍ଣ୍ଣ ବିଜୟ ପରେ ମହିଳା ଓ ପୁରୁଷ ହକି ଟିମକୁ ଭବ୍ୟ ସ୍ୱାଗତ କରାଯାଇଛି । ହକି ତାରକାଙ୍କୁ ନେଇ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଜାଭିୟର ଛକରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପ୍ରାୟ ଘଣ୍ଟାଏ ଧରି ଆୟୋଜିତ ହୋଇଥିଲା ଆକର୍ଷଣୀୟ ରୋଡ୍ ଶୋ’। 

ହକି ଖେଳାଳିଙ୍କ ଉପସ୍ଥିତିରେ ଉତ୍ସବମୁଖର ହୋଇଉଠିଥିଲା ରାସ୍ତାଘାଟ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମସ୍ତଙ୍କ ସହ ହାତ ମିଳାଇବା ସହ କଥା ହୋଇଥିଲେ ସିଏମ୍ ।ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ଖେଳାଳିଙ୍କ ପ୍ରତି ରହିଥିବା ସମର୍ଥନର ଝଲକ ଆୟୋଜନରେ ଦେଖିବାକୁମିଳିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।