CM Mohan Majhi to Skip Durga Puja Pandal Visits: ଏବର୍ଷ ପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ, ନିରାଡମ୍ବର ଦୁର୍ଗାପୂଜା ପାଳିବେ ମୋହନ

Oct 19, 2026 - 22:08
CM Mohan Majhi to Skip Durga Puja Pandal Visits: ଏବର୍ଷ ପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ, ନିରାଡମ୍ବର ଦୁର୍ଗାପୂଜା ପାଳିବେ ମୋହନ

ଏବର୍ଷ ପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳନ କରିବେ ସିଏମ୍ ମୋହନ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜାକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। 

ବିଶେଷ କରି ଚାଷୀ ଭାଇଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତି ସମବେଦନା ଜଣାଇ ଚଳିତ ବର୍ଷ ସରଳ ଓ ନିରାଡମ୍ବର ଭାବେ ପର୍ବ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ସିଏମ୍ ମୋହନ। ତାସହ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ତା ସହ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।