CM Mohan Majhi to Visit Flood-Hit Districts: ବନ୍ୟାଞ୍ଚଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ

Oct 30, 2026 - 08:56
CM Mohan Majhi to Visit Flood-Hit Districts: ବନ୍ୟାଞ୍ଚଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ

ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ।

ପ୍ରଥମେ ଆକାଶମାର୍ଗରୁ ଉଭୟ ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ।

ଏହାପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିବେ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment ବନ୍ୟାରେ ପ୍ରଭାବିତ ଅଞ୍ଚଳର ସ୍ଥିତି କେତେ ଗମ୍ଭୀର, ଲୋକଙ୍କ ଧନଜୀବନ କେତେ ପ୍ରଭାବିତ ହୋଇଛି, ତାହାର ଆକାଶମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ।

ବିଶେଷ କରି ଅଧିକ ପ୍ରଭାବିତ ଅଞ୍ଚଳ ଉପରେ ରହିବ ନଜର।

ପରେ ରଙ୍ଗେଇଲୁଣ୍ଡାରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବନ୍ୟା ସ୍ଥିତିର ସମୀକ୍ଷା କରିବେ।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଓ ଗଜପତି ଗସ୍ତ କରିବେ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ।

ପ୍ରଭାବିତ ଲୋକଙ୍କ ନିକଟରେ କିଭଳି ରିଲିଫ୍ ସହାୟତା ପହଞ୍ଚୁଛି, ଉଦ୍ଧାର କାର୍ଯ୍ୟ କେତେ ତ୍ୱରାନ୍ୱିତ ହୋଇଛି, ସେନେଇ ମଧ୍ୟ ସମୀକ୍ଷା କରିବେ।

Advertisment ବାତ୍ୟା ପରେ ଏବେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଛି।

ଅନେକ ଅଞ୍ଚଳରେ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ ମଧ୍ୟ ଅଧିକ ରହିଛି।

ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବନ୍ୟା ପରବର୍ତ୍ତୀ ସ୍ଥିତି, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ରହିବ ଗୁରୁତ୍ୱ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।